ଲଗାଣ ବର୍ଷା ବଢାଇଲା ବନ୍ୟା ଆଶଙ୍କା : ୧୩ଟି ନଦୀରେ ବଢୁଛି ଜଳସ୍ତର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ଫୁଲିଛି ୧୩ଟି ନଈ । ମଥାନୀଠାରେ ଜଳାକା ନଦୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବା ବେଳେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବାଂଶଧାରା, ରୁଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ ଜଳକା ନଦୀର ଜଳସ୍ତର ୫ ଦଶମିକ ୭ ମିଟର ଥିବା ବେଳେ ଏଠାରେ ବିପଦ ସଂକେତ ରହିଛି ୫ ଦଶମିକ ୫ ମିଟର । ନରାଜରେ ବିପଦ ସଂକେତ ୨୬.୪୧ ମିଟର ଥିବା ବେଳେ ରାତି ୯ଟା ସୁଦ୍ଧା ଜଳସ୍ତର ରହିଛି ୨୨.୪୭ ମିଟର । ବ୍ରାହ୍ମଣୀ ନଦୀର ଜଳ ସ୍ତର ଜେନାପୁରରେ ୧୯.୭୫ ମିଟର ରହିଛି, ସେଠାରେ ବିପଦ ସଂକେତ ରହିଛି ୨୩ ମିଟର ।

Leave A Reply

Your email address will not be published.

error: Content is protected !!