oom

ଜାତୀୟ ପୋଷଣ ସପ୍ତାହରେ ସଚେତନତା ରଥର ଶୁଭ ଉଦ୍‌ଘାଟନ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ମାର୍ଚ୍ଚ ୧୯୭୩ ମସିହାରେ ଆମେରିକା ଡାଏବେଟିସ୍‌ ଆସୋସିଏସନ୍‌ (ବର୍ତ୍ତମାନ ଏକାଡେମୀ ଅଫ ନିଉଟ୍ରିସନ୍‌ ଆଣ୍ଡ ଡାଏବେଟିସ୍‌)ର ସଦସ୍ୟମାନଙ୍କ ଦ୍ଵାରା ଜାତୀୟ ପୋଷଣ ସପ୍ତାହ ପାଳନ ଆରମ୍ଭ ହୋଇଥିଲା । ୧୯୮୨ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଜାତୀୟ ପୋଷଣ ସପ୍ତାହ ଉତ୍ସବ ଆରମ୍ଭ ହୋଇଯାଇଛି । ସଚେତନ ଆଣିବା ଏବଂ ପୁଷ୍ଟି ମହତ୍ଵ ବୁଝିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି ଅଭିଜାନର ଆରମ୍ଭ ହୋଇଛି । ଓଡ଼ିଶା ମିଲେଟ୍ ମିଶନ ତରଫରୁ ବିକଳ୍ପ କଣ୍ଟାବାଞ୍ଜି ଦ୍ଵାରା ଆୟୋଜନ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ମୂଳ ଉର୍ଦେଶ୍ୟ ହେଉଛି ପୁଷ୍ଟିଶସ୍ୟ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସରଜନତା ବୃଦ୍ଧି କରିବା । ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ପରିଷର ମଧ୍ୟରେ ଜାତୀୟ ପୋଷଣ ରଥର ଶୁଭ ଉଦ୍‌ଘାଟନ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ, ସିଡିପିଓ ଶ୍ରୀମତୀ ସରୀତା ପଟ୍ଟନାୟକ, ମିଶନ ଶକ୍ତି କୋଡ଼ିନେଟର ବିନୋଦ କୁମାର ମାଝୀ, ଅତିରିକ୍ତ କୃଷି ଅଧିକାରୀ ଭକ୍ତ ବନ୍ଧୁ ଛତ୍ରିୟା ଓ ଏଲଏମ୍‌ବିପିଏମ ନୀଳମାଧବ ସାହୁ ସାର, ବିକଳ୍ପ କଣ୍ଟାବାଞ୍ଜି ବ୍ଲକ ସଂଯୋଜକ ସରୋଜ କୁମାର ସାହୁଙ୍କ ଦ୍ଵାରା ହୋଇଥିଲା । ଏହି ରଥ ତୁରେକେଲା ବ୍ଳକର ୫୨ ଗୋଟି ଗ୍ରାମକୁ ବୁଲିବୁଲି ସଚେତନ କରିବାକୁ ସ୍ଥିର କରାଯାଇଛି । ସୂଚନା ଅନୁସାରେ ଏହି ରଥ ଆଜି ୧/୯/୨୦୨୧ ଠାରୁ ୪/୯/୨୦୨୧ ପର୍ଯ୍ୟନ୍ତ ବୁଲିବ । ଏହି କାର୍ଯ୍ୟକ୍ରମ ଦ୍ଵାରା ବିଭିନ୍ନ ଶସ୍ୟ ଜାତୀୟ ଯେପରିକି, ମାଣ୍ଡିଆ, ଗୁର୍ଜି, ସରଗମ, ବାଜରା ଦେହ ପାଇଁ ଅନେକ ପୃଷ୍ଟିକର ଶକ୍ତି ଦେଇଥାଏ ଓ ଶକ୍ତି ସଂଚୟ ପାଇଁ ଆବଶ୍ୟକ ବିଷୟ ଉପରେ ସଚେତନ କରିବ । ଏହି ଓଡ଼ିଶା ମିଲେଟ୍ ମିଶନର ଜାତୀୟ ପୋଷଣ ରଥ କାର୍ଯ୍ୟକ୍ରମକୁ ବଲାଙ୍ଗିର ଆତ୍ମା, ୱ।ସନ୍ ସହାୟତା କରିଥିଲେ । ଚାଷୀବନ୍ଧୁ ଏଗ୍ରିକଲ୍‌ଚର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ ଦ୍ଵାରା ପ୍ରସ୍ତୁତ ପାର୍ବତୀ ମହିଳା ମଣ୍ଡଳ ଗୋଷ୍ଠୀର ମହିଳାମାନେ ବିଭିନ୍ନ ପ୍ରକାରର ମାଣ୍ଡିଆ ଦ୍ଵାରା ତିଆରି ଲତୁ, ଚକୁଳି, ମାଲପୁଆ, ସିଙ୍ଗଡ଼ା ଓ ଆରିସାପିଠା ତିଆରି କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଚାଷୀବନ୍ଧୁ ଏଗ୍ରିକଲ୍‌ଚର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ସି.ଇ.ଓ ସୁଧାଂଶୁ ଶେଖର ନାଗ ପରିଚାଳନା କରିଥିଲେ ଓ ବିକଳ୍ପ କଣ୍ଟାବାଞ୍ଜିର ମୁରଲି, ମହେନ୍ଦ୍ର, ବିପିନ୍, ସମୀର, ହେମନ୍ତ ପ୍ରତୀକ ସହାୟତା କରିଥିଲେ ।

jittmm
Leave A Reply

Your email address will not be published.