ଶଶୁରଙ୍କ ଗାଁରେ ଜ୍ୱାଇଁର ଆତ୍ମହତ୍ୟା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର ମ. ରାମପୁର ଥାନା ଅଧିନସ୍ଥ ରିଷିଡା ଫାଣ୍ଡି ଅନ୍ତର୍ଗତ କୁଜାମହୁଲ ଗ୍ରାମରେ ଜଣେ ବିବାହିତ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ପ୍ରଭାକର ଭୁକ୍ତା । ତାଙ୍କ ନିଜ ଗାଁ ବଲାଙ୍ଗିର ଜିଲ୍ଲାର ତୁଷୁରା ଥାନା ଅନ୍ତର୍ଗତ ଅଇଲାପାଲି ବୋଲି ଜଣାପଡିଛି । ସେ ଅଢେଇ ବର୍ଷ ତଳେ କୁଜାମହୁଲ ଗ୍ରାମର ରାଧେ ଝାଙ୍କରଙ୍କ ଝିଅ ଝିଲିକୁ ବିବାହ କରିଥିଲେ । ଦୁଇ ବର୍ଷ ହେଲା ପ୍ରଭାକର ନିଜ ସ୍ତ୍ରୀ ସହ ଶଶୁର ଘରେ ରହୁଥିଲେ । ତାଙ୍କର ପୁଅ ଟିଏ ଥିବା ଜଣାଯାଇଛି । ଗତ ରାତିରେ ସେ ହଠାତ ଘରୁ ବାହାରି କୁଆଡେ ଚାଲି ଯାଇଥିଲେ ଏବଂ ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଏକ ମହୁଲ ଗଛରେ ଠାବ କରାଯାଇଛି ବୋଲି ମୃତକର ସ୍ତ୍ରୀ ରିଷିଡା ଫାଣ୍ଡିରେ ଲିଖିତ ଭାବେ ଜଣାଇଛନ୍ତି । ଖବର ପାଇ ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀ ସଦଳବଳେ ଘଟନାସ୍ଥଳରେ ପହଂଚି ଶବ ଜବତ କରିଛନ୍ତି ।

Leave A Reply

Your email address will not be published.