centurian jitm

ସାମ୍ବିଧାନିକ ନାର୍ଯ୍ୟ ଅଧିକାର ଦାବୀ ନେଇ ଜିଲ୍ଲା ଓବିସି ମଞ୍ଚ, ସମ୍ବଲପୁର ପକ୍ଷରୁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

nschool

ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନେ ମୋଟ ଜନସଂଖ୍ୟାର ୫୨ ପ୍ରତିଶତରୁ ଅଧିକ ରହିଛନ୍ତି ଓ ସମସ୍ତ କ୍ଷେତ୍ରରେ ଏହି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ପାଇଁ ମଣ୍ଡଳ କମିଶନ ସୁପାରିସ କରିବାର ଆଜକୁ ୩୧ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାରେ ଉଭୟ କେନ୍ଦ୍ର ଓ଼ ରାଜ୍ୟ ସରକାର ଟାଟାଟୁଲ ନୀତି ଅବଲମ୍ବନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଭାରତ ଛାଡ଼ ଆନ୍ଦୋଳନର ୮୦ ତମ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ଓବିସି ମଞ୍ଚ ସମ୍ବଲପୁର ପକ୍ଷରୁ ଅନନ୍ୟା ପଛୁଆ ବର୍ଗଙ୍କ ଜନଗଣନାକୁ ସୁନିଶ୍ଚିତ କରିବା, ଜନ ଗଣନା ନ ହେବା ପର୍ଯ୍ୟନ୍ତ ଶତକଡ଼ା ୨୭ ପ୍ରତିଶତ ସଂରକ୍ଷଣ ଉଭୟ ଶିକ୍ଷା ଓ ସରକାରୀ, ବେସରକାରୀ ଚାକିରୀ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଠୁ ଆରମ୍ଭ କରି ଜିଲ୍ଲା ପରିଷଦ, ବିଧାୟକ ଓ଼ ସାଂସଦ ନିର୍ବାଚନରେ ପ୍ରଦାନ କରିବା, ନିଟ୍ ପରୀକ୍ଷାରେ ଗତ ଚାରି ବର୍ଷ ମଧ୍ୟରେ ଡାକ୍ତରୀ ସିଟ୍‌ରୁ ବାଦ ପଡ଼ିଥିବା ୧୧୦୨୭ ସିଟ୍କୁ ଆଗାମୀ ୪ ବର୍ଷ ମଧ୍ୟରେ ପୂରଣ କରିବା ଦାବୀ କରାଯାଇଛି । ଏହା ସହିତ ଓଡିଶାରେ ଓବିସିଙ୍କ ପାଇଁ ଉଚ୍ଚଶିକ୍ଷା ତଥା ସରକାରୀ ଚାକିରୀରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ । ଏସ୍‌ଇବିସି ନାମରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଓବିସିଙ୍କ ପାଇଁ ନୁହେଁ । ଏଣୁ ସ୍ୱତନ୍ତ୍ର ଆଇନ କରି ଏସ୍‌ଇବିସି ତାଲିକାରୁ ଓବିସିକୁ ବାଦ ଦେଇ ୨୭ ପ୍ରତିଶତ ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ଏବଂ ପ୍ରତ୍ୟେକ ୬ ମାସରେ ଓବିସି ମାନଙ୍କୁ ଯେଉଁ ଦୁଇ ପ୍ରକାର ଜାତି ସାର୍ଟିଫିକେଟ ନାମରେ ହଇରାଣ କରାଯାଉଛି, ତାହା ବନ୍ଦ କରି କେବଳ ଓବିସି ସାର୍ଟିଫିକେଟକୁ ସ୍ୱୀକୃତି ଦେବା, ଜନ୍ମ ସାର୍ଟିଫିକେଟରେ ବର୍ଗ ଉଲ୍ଲେଖ କରିବା ଦାବୀ ହୋଇଛି । ୨୦୧୫ ମସିହା ଓ଼ପିଏସ୍‌ସି ପରୀକ୍ଷାରେ କ୍ରିମି୍ଲେୟାର ବାହାନାରେ ଅକୃତକାର୍ଯ୍ୟ ଦର୍ଶାଇ ଥିବା କୃତକାର୍ଯ୍ୟ ଓବିସି ବର୍ଗର ୩୧୪ ଜଣଙ୍କୁ ପୁନଶ୍ଚ ଚାକିରୀରେ ଯୋଗଦାନ ପାଇଁ ସୁଯୋଗ ଦେବା ଆଦି ଦାବୀ କରାଯାଇଛି । ଏହି ମର୍ମ ରେ ସ୍ଥାନୀୟ କଚେରୀ ଛକରୁ ଏକ ରେଲି ବାହାରି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲା । ଏହି ଦାବୀପତ୍ର ପ୍ରଦାନ ସମୟରେ ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ସୁବାସଚନ୍ଦ୍ର ନାୟକ ତଥା ଜିଲ୍ଲାର ଓବିସି ଅନ୍ତର୍ଭୁକ୍ତ କୁଳତା ସମାଜ, ଚଷା ସମାଜ, ମେହର ସମାଜ, ବାରିକ ସମାଜ, ଅଘରିଆ ସମାଜ, ବିଶ୍ୱକର୍ମା ସମାଜ, ଶୁଣ୍ଢୀ ସମାଜ, ତୈଲିକ ସମାଜ, ଯାଦବ ସମାଜ, ଡ଼ୁମାଲ ସମାଜ, ମାଳି ସମାଜ, ସୁଦ ସମାଜ, କୁଷ୍ଟା ସମାଜ, ଖଣ୍ଡାୟତ (ଚଷା) ସମାଜ, ଗୁଡ଼ିଆ ସମାଜ ଆଦି ପ୍ରମୁଖ ସମାଜର ଜିଲ୍ଲା ଏବଂ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସର୍ବଶ୍ରୀ ସିମାଞ୍ଚଳ ଖଟେଇ, ହୀରାଲାଲ ବେହେରା, ପ୍ରହଲ୍ଲାଦ ସାହୁ, ଶିବ ପ୍ରସାଦ ମେହେର, ଶ୍ରୀମତୀ ସୁଷମା ସାହୁ, ଉଷା ପ୍ରଧାନ, ସୁରେଖା ସାହୁ, ଯଶୋବନ୍ତି ନାୟକ, ମମତା ମୁଦୁଲି, ରିତୁ ବିଶ୍ୱାଳ, ଧରିତ୍ରୀ ପ୍ରଧାନ, ଧରଣୀ ଧର ପ୍ରଧାନ, ନାରାୟଣ ଦେହୁରୀ, ପ୍ରହଲ୍ଲାଦ କୁମାର ସାହୁ, କରୁଣା କର ବିଶ୍ୱାଳ, ସନ୍ତୋଷ ବାରିକ, ହୃଷିକେଶ ବଢ଼େଇ, ନିର୍ମଳ ଚନ୍ଦ୍ର ପ୍ରଧାନ, ସୁଧାଂଶୁ ଶେଖର ମହାରଣା, ଦାଶରଥୀ ବେହେରା, ସହଦେବ ବେହେରା, ଅକ୍ଷୟ ମେହେର, ହରି ସାମନ୍ତରାୟ, ସୁଶିଲ କୁମାର ମେହେର, ନିର୍ମଳ ପ୍ରଧାନ, ହରି ବନ୍ଧୁ ପ୍ରଧାନ, ଅଭିରାମ ଖମାରି, ସୁରେନ୍ଦ୍ର ବିଶ୍ୱାଳ, ଭୂପେନ ସାହୁ, ବସନ୍ତ ସ୍ୱାଇଁ, ନରେଶ ବଗର୍ତ୍ତୀ, ପ୍ରଫୁଲ୍ଲ ପ୍ରଧାନ,ମନୋଜ ବାରିକ, ବିଦ୍ୟାଧର ନାୟକ, ଚୁଳଧର ପ୍ରଧାନ, ଟି. ରାମା ରାଓ, ଗୋପଳ ସାମନ୍ତରାୟ, ବୀରେନ୍ଦ୍ର ପାଶାୟତ ଯତୀନ୍ଦ୍ର ସାହୁ, ସମୀର ବାରିକ, ଗୁଣନିଧି ଭୁଏ, ଅକ୍ଷୟ ପ୍ରଧାନ, ରଞ୍ଜନ ପାତ୍ର, ପ୍ରେମାନନ୍ଦ ସାହୁ, ସତ୍ୟ ନାରାୟଣ ସ୍ୱାଇଁ, ଭବାନୀ ଶଙ୍କର ବିଶ୍ୱାଳ, ଅସୀମ ପଟେଲ, ରାଜ କୁମାର ସାହୁ, ସରୋଜ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଏହି ଦାବୀପତ୍ରର ଏକ କପି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ଜାତୀୟ ପଛୁଆ ବର୍ଗ କମିଶନ ଏବଂ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବୀପତ୍ରର ଏକ କପି ମୁଖ୍ୟମନ୍ତ୍ରୀ ଓ଼ ରାଜ୍ୟ ପଛୁଆ ବର୍ଗ କମିଶନଙ୍କୁ ପ୍ରଦାନ କରାଯାଇଛି । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅନୁପସ୍ଥିତିରେ ସଚିବ ଭି.ପି. କେ.ଏକ୍କା ଏହି ଦାବୀପତ୍ର ଗ୍ରହଣ କରିଥିଲେ ।

Leave A Reply

Your email address will not be published.