csstore

କବିତା : ମା’

  • ପ୍ରଦୀପ କୁମାର ପଣ୍ଡା

ବଂଦ ଆଖିର ଛେଉଂଡ଼ କୋଣରୁ ଦିଶୁଛି ଯିଏ
ସେଇ ମୋର ମା’,
ସେଇ ମୋର ମା’, ଯିଏ ମୋର ଅସାଢ ଡେଣାରେ
ଖଂଜି ଦେଇଛି ଶାଂତ କ୍ଷୟର ପର।

ସେଇ ମୋର ମା’ ଯିଏ
ନିଜେ ହଂସ ନିଜେଇ ଆକାଶ,
ଯିଏ ଅନାକାଶର ବସୁ।

ନିଜ ଘରେ ନିଜେ ହିଁ ଅତିଥି ଯିଏ
ନିଜେ ବେଦି ନିଜେ ଅଗ୍ନି ନିଜେଇ ଆହୁତି ଯିଏ
ନିଜର ଯଜ୍ଞରେ,
ସେଇ ମୋର ମା’।
ମୋର ଅଂତସ୍ଥ ଆକାଶର ସୂର୍ୟ୍ୟ
ମୋର ବାତାବରଣର ବାୟୁ
ମୋର ଛଅ ଖଂଡି ହାଡ ପୃଥିବୀର ଅଗ୍ନି
ମୋର ଲାଳ ଘେଂଗାଳ ହବିର ସୋମ
ମୋର ସ୍ବଚ୍ଛ ରକ୍ତରେ ପହଁରୁଥିବା ମାଛ
ମୋର କ୍ଷତ କ୍ଷରରୁ ଗଜୁରୁଥିବା ଦ୍ରୁମ
ମୋର ଅଶୋକରୁ ପ୍ରବହି ଆସୁଥିବା ନଦୀ-
ମୋର ମା’
ସେଇ ମୋର ମା’
ଯା’ର ଘୋଷରେ ନାଦିତ ମୋର ନୀରବତା।

ହଁ ହଁ ସେଇ ମୋର ମା’, ଯାର ମାତୃତ୍ବକୁ
ମୁଁ ମୋର ଗର୍ଭରେ ଭୃଣେଇଛି ।।

ମୋ.ନଂ. : ୯୪୩୭୧୪୮୭୦୯

jayashree
Leave A Reply

Your email address will not be published.