csstore

ପ୍ରଧାନ ପଣ୍ଡିତଙ୍କ ଅବସର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ଲାଲାଜୀ ଗୋପାଳଜୀ ସଂସ୍କୃତ ବିଦ୍ୟାଳୟ ପ୍ରଧାନ ପଣ୍ଡିତ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଛଦ୍ମକେଶୀ ଦାସ, ସାହିତ୍ୟ ଶାସ୍ତ୍ରୀ ଆଜି ଅବସର ଗ୍ରହଣ କରିଛନ୍ତି । ଆଜି ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ସେ ସମୟରେ ଅନୁଷ୍ଠାନ ଗଢିବାରେ ଅନେକ କଷ୍ଟ କରି ସେ ଜୀବଦାନ ଦେଇ, ଅନେକ ପ୍ରତିଭା ତିଆରି କରି ପାରିଥିଲେ । ବୋଡାସମ୍ବର ଅଞ୍ଚଳରେ ସଂସ୍କୃତଭାଷାର ପ୍ରଚାର ଓ ପ୍ରସାର ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ତାଙ୍କ ସୁପୁତ୍ରୀ ଶ୍ରୀମତୀ ଛଦ୍ମକେଶୀ ଦାସ ମଧ୍ୟ ଏହି ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ସକାଶେ ମନପ୍ରାଣ ଢାଳି ଦେଇଥିଲେ । ତାଙ୍କ କାର୍ଯ୍ୟ ଶୈଳୀ ଓ ଅମାୟିକ ବ୍ୟବହାର ସମସ୍ତଙ୍କୁ ମୁଗ୍ଧ କରୁଥିଲା । ଏଭଳି ଜଣେ ଶିକ୍ଷୟତ୍ରୀ ଏ ଅନୁଷ୍ଠାନରୁ ବିଦାୟ ନେବା ଏକ ଦୁଃଖଦ ଘଟଣା ସହ ଅନୁଷ୍ଠାନ ପାଇଁ ଅପୂରଣୀୟ କ୍ଷତି ବୋଲି ଉକ୍ତ ସଭାରେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ, ସ୍କୁଲ ପରିଚାଳକ ସିତାରାମ ଶିକା ତଥା ବିଦ୍ୟାଳୟ ବରିଷ୍ଠ ଶିକ୍ଷକ‌ ଅନିଲ କୁମାର ସାହୁ ପ୍ରମୁଖ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.