csstore

ଶାସ୍ତ୍ରୀନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଶାସ୍ତ୍ରୀ ନଗରରେ ଅବସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନେସନାଲ ପିସ ୟୁନିସନ ଓ ଅଭିନନ୍ଦନ ସେବା ସଂଗଠନର ସକ୍ରିୟ ସହଯୋଗ କ୍ରମେ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା ଓ ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପାରିପାର୍ଶ୍ଵିକ ପରିବେଶକୁ ସଫେଇ କରାଯାଇ ଚିକିତ୍ସାଳୟର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ଡା.ମନମୋହନ ବାଗ (ପରିବେଶ ବିଦ) ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସନ୍ତୁଳନ ପାଇଁ ଅନେକ ତଥ୍ୟ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ଦେଶକ, ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର, ରବି ରଞ୍ଜନ ପୂଜାରୀ, ଡା. ସ୍ୱାଧୀନ ମିଶ୍ର (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ୍ୟ) ତଥା ଚିକିତ୍ସାଳୟର ମେଡିକାଲ ଅଫିସର, ଡା. ଶିବାଶିଷ ରଥ (ଦାନ୍ତ ବିଶେଷଜ୍ଞ) ଓ ଅନ୍ୟାନ୍ୟ ୟୁପିଏଚ୍‌ସି ସଭ୍ୟ ସଭ୍ୟା ଗଣ ଯଥା ଗୌରବ ପଧାନ (ପର୍ମାସିଷ୍ଟ ), ସନ୍ତୋଷ ମେହେର (ଏଲ୍‌ଟି), ରାହୁଲ ପାଲ (ୟୁପିଏଚ୍‌ସି ଡାଟା ଆସିଷ୍ଟାଣ୍ଟ) ଭାଗ୍ୟବତୀ ଜୁଏଡ଼ (ଷ୍ଟାଫ୍‌ ନର୍ସ), ନାଫିସା କୁମାର (ଷ୍ଟାଫ ନର୍ସ) ନିରୁମୟୀ, ଯତୀନ ରାଜପୁତ, ବିପିନ ବିହାରୀ ସେଠ, ଅଞ୍ଜଳି ନାଗ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ଡା. ମନମୋହନ ବାଘ ଚିକିତ୍ସାଳୟରେ ବୃକ୍ଷ ରୋପଣ କରି ପରିବେଶ ଶୁଦ୍ଧତା ସମ୍ପର୍କୀୟ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ପରିଶେଷରେ ଅନୁଷ୍ଠାନର ନିର୍ଦେଶକ ଓ ଚେୟାରମେନ୍‌ ଶ୍ରୀ ମିଶ୍ର ଓ ପୂଜାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.