jayashree

ଧର୍ମ ପରାୟଣା ମହିଳା ଆରତି ପଟେଲଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଭଦ୍ରା ଗ୍ରାମର ମୂଳ ବାସିନ୍ଦା ଆରତି ପଟେଲ(୬୫)ଙ୍କ ପରଲୋକ ହୋଇଯାଇଛି । ସେ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଗତ ୮ ତାରିଖ ସକାଳ ଘ.୫.୪୫ମି. ରେ ତାଙ୍କ ପରଲୋକ ହୋଇଥିଲା । ପ୍ରାୟ ୧୦ ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । କିଛି ଦିନ ହେଲା ସେ ଗୁରୁତର ଅବସ୍ଥାରେ ଥିଲେ । ଶ୍ରୀମତୀ ପଟେଲ ସ୍ୱର୍ଗତ ଡା. ବାସୁଦେବ ପଟେଲଙ୍କ ଧର୍ମପତ୍ନୀ ଥିଲେ । ସେ ଜଣେ ଧର୍ମ ପରାୟଣା ଓ ମେଳାପୀ ମହିଳା ଥିଲେ । ତାଙ୍କର ଦୁଇ ପୁଅ ଏବଂ ଝିଅ ଅଛନ୍ତି । ମୃତ୍ୟୁ ସମୟରେ ବଡ ପୁଅ ସତ୍ୟଜିତ ପଟେଲ, ସାନ ପୁଅ ବିଶ୍ୱଜିତ ପଟେଲ ଏବଂ ଦିଅର ନିଳମଣୀ ପଟେଲ ଏବଂ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ । ମୃତ୍ୟୁ ପରେ ବଡପୁଅ ସତ୍ୟଜିତ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବନ୍ଧୁବର୍ଗ ତଥା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.