jayashree

ବଃ ବଃରେ ମହିଷାସୁର !

ବଡ଼ା ଉସତ୍‌ ହଉଛେ ମକାରୁ । ଗାଁ ମଝାଖୁଲି ଆଏଜ୍‌ “ମହିଷାସୁର ବଧ’ ନାଟ୍‌ ହେବା । ତାକର୍‌ ବଖ୍‌ରିର୍‌ ଲୋକ୍‌ବାକ୍‌, ବହ ଭୁଆସେନ୍‌, ଛୁଆପୁତା ସଭେ ନାଟ୍‌ ମଣ୍ଡପ୍‌ ଚାର୍‌ହିକୁତି ଫଟା ବସ୍‌ତା, ଜରି ବସ୍‌ତା ପକେଇ କରି ଠାନ୍‌ ଆବ୍‌ରି ସାର୍‌ଲେନ’ । ଆଖପାଖର୍‌ ପାଁଚ୍‌ ସାତ୍‌ ଖଁଡ଼୍‌ ଗାଁର୍‌ ଲୋକ୍‌ ବି କିଏ କେନ୍‌ତା ନାଟ୍‌ ଦେଖି ଆଏସନ୍‌ । ତାକର୍‌ ଗାଁର୍‌ ନାଟ୍‌ ବି ପାଁଚ୍‌ ପାଲି ଥି ନାଁ କରିଛେ । ଗଁତିଆ ଘରର୍‌ ସାନ୍‌ ପିଲା ଦୁର୍ଗା ବାହାର୍‌ସି ଯେ, ମାଏକି ସତରର୍‌ ଦୁର୍ଗା ବଲ୍‌ବ’ । ପାଟ୍‌ଶାଢ଼ୀ ପିନ୍ଧି ଆଏ ଅଲଙ୍କାର ଥି ସାଜି ହେଇଦେଲେ ଆର୍‌ ଦୁର୍ଗାର୍‌ ମୁକୁଟ୍‌ ପିନ୍ଧି ଦେଲେ, ନେଇଁ ଦେଖ୍‌ଲା ଲୋକ୍‌ ବି ଘାଏ ଦେଖ୍‌ବା ।

ଆର୍‌ ଇ ମକାରୁ ତ’ ମହିଷାସୁର ବାହାରିସି । ହେନ୍‌ତା ହିଁ କଲା ଝାଏଁ ଝାଏଁ ଦିହିଁ । ସେଥି ପୁଢ଼୍‌ ମେତାନ୍‌ ଧୁମା ହେଇଛେ । ସାନ୍‌ଜୁ ନେଇଁ ପିନ୍ଧ୍‌ଲେ ବି ତ’ ଅସୁର୍‌ ମେତାନ୍‌ ଚେହେରା । ସେଥି ମହିଷାସୁର୍‌ ରୋଲ୍‌ । ପୁରାପୁରି ବେଟି ନେସି ମକାରୁ କେ । ମହିଷାସୁର୍‌ ବାହାର୍‌ଲା ବେଲ୍‌କେ ନାଟ୍‌ ମଣ୍ଡପ୍‌ କେ ଚଢ଼ି ଆସି କରି ଘାଏ ଲହର୍‌ ଦେଇ ହଁସି ଦେଲେ, ଛୁଆପୁତା ସର୍‌ମି ଦେସନ୍‌ । ହେନ୍‌ତା ଡର୍‌ହା ଛେର୍‌ରା ଲୋକ୍‌ ତ’ ସେର୍‌ପେଟି ଦେସନ୍‌ । ହେନ୍‌ତା ବି ମକାରୁ ଦୁଇ ଅଖର୍‌ ପାଠ୍‌ ପଢ଼ିଛେ ମେଟ୍‌ରିକ୍‌ ପତେ । ଡାଏଲଗ୍‌ ବି ବନେ ଫଟ୍‌କରାସି । ଆଏଁଖ୍‌ ଚହଟେଇ ଯେତେବେଲେ ଏଁଟ୍‌ରେଇ ଦେସି, ଦୁତ ବାହାରି ଥିସି ଯେନ୍‌ ଟିକ୍‌ଲ, ଡର୍‌ହେ ତରା ତରା ହେଇ ଯାଏସି । ଦେଖନ୍‌ହାରିମାନେ ବି ବଡ଼ା ଗହକି ହେସନ୍‌ ମକାରୁର୍‌ ରୋଲ୍‌ ଦେଖିକରି । ସେଥି ଗଁତିଆ ଘରର୍‌ ସାନ୍‌ ପିଲା ଦୁର୍ଗା ପାଠ୍‌ କର୍‌ସି । ସେ ବି ବଡ଼ା ସିଆନ୍‌ । ଦୁର୍ଗା ଆର୍‌ ମହିଷାସୁର୍‌ ରୋଲ୍‌ ଠିକ୍‌ ହେଲା ବଏଲେ ତ’ ନାଟ୍‌ ଖୋବ୍‌ ଜମ୍‌ସି ।

ବେଲ୍‌ ବୁଡ଼୍‌ଲା ଯେନ୍‌ତା ଭାତ୍‌ ମୁଠେ ଖାଇ ଦେଇକରି ମକାରୁ ଛୁଟ୍‌ଲା ଡ୍ରେସିଙ୍ଗ୍‌ ପେଣ୍ଟିଙ୍ଗ୍‌ ହେବାର୍‌ ଲାଗି । ଯେ ଯାହାର୍‌ ପାଟ୍‌ ଜାନି କରି ପାଉଡ଼ର୍‌, ସେନ୍‌ଓ, ସେନ୍ଦୁର୍‌, କଜଲ୍‌ ମାଖୁଥା’ନ୍‌ । କପ୍‌ଡ଼ା ଲତା ବି ପିନ୍ଧାପିନ୍ଧୁ ଚାଲିଥାଏ । ଆଘୋ କରି ଦୁତ ବାହାରିବା ଆର୍‌ ତାର୍‌ ଉତ୍‌ରୁ ମହିଷାସୁର୍‌ । ସେତ୍‌କି ବେଲ୍‌କେ ମହିଷାସୁରର୍‌ ପରାକ୍ରମ୍‌ ଦେଖାବାର୍‌ ଲାଗି ଗୁଟେ ଗୁଟେ ରଜା ପର୍‌ଜାର୍‌ ସାଙ୍ଗେ ବି ଯୁଦ୍ଧ କର୍‌ସି ମହିଷାସୁର୍‌ । ଇତାର୍‌ ସୁଯୋଗ୍‌ ନେଇ କରି ମାଖ୍‌ନୁ ଆଏଜ୍‌ ମକାରୁ କେ ପାନେ ଦେମି ବଲି ମନେ ମନେ ପାଁଚିଛେ । ଖୋବ୍‌ ଦିନ୍‌ ହେଲା ମାଖ୍‌ନୁ ଆର୍‌ ମକାରୁ ଝଗ୍‌ଡ଼ା ଲାଗିଥିଲେ ଆର୍‌ ମକାରୁ ମାଖ୍‌ନୁ କେ ପେଲ୍‌ଘେଇ ଦେଇଥିଲା ଯେ ମାଖ୍‌ନୁର ଅଁଟା ମଲ୍‌କି ଯାଇଥିଲା ଗୁର୍‌ଦୁ ଦିନ୍‌ ତକ୍‌ । ବଡ଼ା କଷ୍‌ଟେ ଏଭେ ଏଭେ ବନେ ହେଇଛେ । ମାଖ୍‌ନୁ ସାଧା ବେଶ୍‌ ଥି ଥାଏ ଆର୍‌ ମକାରୁ ଷ୍ଟେଜ୍‌ କେ ଗଲା ଉତ୍‌ରୁ ସତରର୍‌ ଚକୁ ଗୁଟେ ଧରି କରି ଷ୍ଟେଜ୍‌ ଥି ହାଜର୍‌ । ଦେଖନ୍‌ହାରିମାନେ ନାଟ୍‌ ଚାଲିଛେ ବଲୁଛନ୍‌ । ନାଟୁଆମାନେ ଆବାକାବା ହଉଛନ୍‌ ବି । ହେଲେ ରଡ଼ି କରି ମନା ବି କରି ନେଇଁ ପାର୍‌ବାର୍‌ । ମାତର୍‌କ’ ମକାରୁ ଜାନି ପାର୍‌ଲା । ମାଖ୍‌ନୁର୍‌ ହାତେ ସତରର୍‌ ଛୁରି ଟେ ଅଛେ । ତଥାପି ତାର୍‌ ଅଁଟା ଥି ଭିଡ଼ା ହେଇଥିବାର ବୁଢ଼ାପଟାର୍‌ ଖୋଲ୍‌ ଭିତ୍‌ରୁ ଟିନର୍‌ ଖଣ୍ଡା କେ ଘିଚି କରି ଏନ୍‌ତା ହିସାବେ ଚହଟେଇ ଦେଲା ଯେ ମାଖ୍‌ନୁ ହଗା ହଗା, ମୁତା ମୁତା ହେଇଗଲା ଆର୍‌ ତୁଲିଆ ଚିରି କରି ଭାଗି ଆଏଲା ନାଟ୍‌ ମଁଚାନ୍‌ ନୁଁ । ସେଦିନୁ ମକାରୁର୍‌ ମୁହେଁ ସାହାଁସ କରି ଠାଡ଼୍‌ ନେଇଁ ହୁଏ ମାଖ୍‌ନୁ ।

Leave A Reply

Your email address will not be published.