ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, (କେପିଏନଏସ୍‌) : ଓଡ଼ିଶାର ଅଗ୍ରଣୀ ବିଦ୍ୟୁତ କର୍ମଚାରୀ ସଂଘ ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର ୪୭ତମ ରାଜ୍ୟ ସମ୍ମିଳନୀ ଅବସରରେ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ବିଶିଷ୍ଟ ଶ୍ରମିକ ନେତା ରମେଶ ଚନ୍ଦ୍ର ଶତପଥୀ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଜଗନ୍ନାଥ ମହାରଣା, ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ତଥା ଶ୍ରମିକ କର୍ମଚାରୀ ନେତା ରବି ରଥ ନିର୍ବାଚିତ ହୋଇଛନ୍ତି । ଏହାବ୍ୟତୀତ ଅନ୍ୟତମ ଉପଦେଷ୍ଟା ଭାବେ ଦୟାନିଧି ସାମଲ, ବିଜୟ କୁମାର ପାତ୍ରଙ୍କୁ ରଖାଯାଇଛି । କାର୍ୟ୍ୟକାରୀ ସଭାପତି ଭାବେ ଶ୍ରୀବତ୍ସ ବିଶ୍ୱାଳ, ଏନ. ଭାସ୍କର ରାଓ, ଉପସଭାପତି ଭାବେ ହେମନ୍ତ ଦାଶ, ସଦାନନ୍ଦ ଚୌଧୁରୀ, ରବି ମହଲ, ବନମାଳୀ ସାହୁ, ଅମୂଲ୍ୟ ଚକ୍ର ନିର୍ବାଚିତ ହୋଇଛନ୍ତି । ସେହିପରି ଡେପୁଟି ଜେନେରାଲ ସେକ୍ରେଟାରୀ ଭାବେ ଶିରିଶ ଚନ୍ଦ୍ର ଦାଶ, କମଲେସ ତ୍ରିପାଠୀ, ଅଜିତ କୁମାର ପାତ୍ର, ବିରେଶ ଚନ୍ଦ୍ର ପତି, ସହ ସମ୍ପାଦକ ଭାବେ ରବି ନାରାୟଣ ନାୟକ, ସୁଶାନ୍ତ କୁମାର ତରାଉ, ପ୍ରମୋଦ କୁମାର ଦାଶ, ପୂର୍ଣ୍ଣ ଚନ୍ଦ୍ର ପୁହାଣ, କାଳୀ ପ୍ରସାଦ ମହାପାତ୍ର, ସଂଗଠନ ସମ୍ପାଦକ ଭାବେ ମାନସ ରଞ୍ଜନ ବିଶ୍ୱାଳ, ସନ୍ତୋଷ କୁମାର ପୁହାଣ, ଶରତ କୁମାର ବେହେରା, କୋଷାଧ୍ୟକ୍ଷ ଭାବେ କପିଳାସ ମହାରଣା ରହିଥିବା ବେଳେ ସର୍କଲ ସମ୍ପାଦକ ଭାବେ ନରୋତ୍ତମ ବେହେରା, ଶଙ୍କର୍ଷଣ ପଣ୍ଡା, ତାରା ପ୍ରସାଦ ସାହୁ, ରାକେଶ କୁମାର ତ୍ରିପାଠୀ, ବଳରାମ ସାହୁ, ଅର୍ଜୁନ ଭଦ୍ର, ସମ୍ପାଦକ ଭାବେ ବିରୋଜ ବଳିଆରସିଂ, ବସନ୍ତ କୁମାର ପାଣିଗ୍ରାହୀ, ମନୋରଞ୍ଜନ ବେହେରା, ଟୁକୁନା ବିଷୋୟୀ, ସନ୍ତୋଷ ସ୍ୱାଇଁ, ବି. ଶିବ ପ୍ରସାଦ ପାତ୍ର, ନୀଳମାଧବ ଦାଶ, କୁମାରୀ ଜୟଶ୍ରୀ, ଯୁଧିଷ୍ଠିର ଓରାମ, ଅଶୋକ କୁମାର ଦାଶ, ଦିଲୀପ କୁମାର ପରିଡ଼ା, ସମରେନ୍ଦ୍ର ପରିଡ଼ା, ଶିବ ପ୍ରସାଦ କଡ଼ମସିଂ, କମଲେସ ପଟ୍ଟନାୟକ, ଶଙ୍କର୍ଷଣ ପ୍ରଧାନ, ଦିଲୀପ କୁମାର ବେହେରା ରହିଛନ୍ତି । କାର୍ୟ୍ୟକାରୀ କମିଟିରେ ୨୧ ଜଣ ସଦସ୍ୟ ରହିଛନ୍ତି । ଏହି ସମ୍ମିଳନୀରେ ବିଦ୍ୟୁତ ସଂସ୍କାର ନାଁରେ ଘରୋଇ କରଣକୁ ତୀବ୍ର ବିରୋଧ କରାଯିବା ସହ ପେନସନ ବ୍ୟବସ୍ଥାରେ ସମସ୍ତଙ୍କୁ ପରିସରଭୁକ୍ତ କରିବା ପାଇଁ ଏଠାରେ ଦାବୀ ଆଗତ ହୋଇଛି । ୧୯୯୯ ମସିହାରେ ରାଜ୍ୟରେ ୧୬ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କ ପାଇଁ ୨୮ ହଜାର ରେଗୁଲାର କର୍ମଚାରୀ ଥିବା ବେଳେ ବର୍ତ୍ତମାନ ବିଦ୍ୟୁତ ଗ୍ରାହକଙ୍କ ସଂଖ୍ୟା ବଢିବା ସହ କର୍ମଚାରୀ ସଂଖ୍ୟା କମୁଛି । ସେହି ଅନୁପାତରେ ରେଗୁଲାର କର୍ମଚାରୀଙ୍କ ସଂଖ୍ୟା କମି ଆସି ୧୦ ହଜାରରେ ପହଞ୍ଚିଛି । ତେଣୁ ସରକାର ନୂତନ ପୋଷ୍ଟ ସୃଷ୍ଟି କରିବା ସହ ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଏଠାରେ ଦାବୀ ହୋଇଛି । ୧.୪.୨୦୨୦ ରୁ ୧୧ତମ ମଜୁରୀ ନିର୍ଦ୍ଧାରଣ ବୋର୍ଡ କମିଟି ଗଠନ ହେବାକୁ ଥିବା ବେଳେ ଦେଢ଼ ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ମଜୁରୀ ବୋର୍ଡ ବସିନଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ । ୨୦୦୫ ମସିହାରୁ କର୍ମଚାରୀଙ୍କ ଦରମା ପ୍ରଦାନରେ ତାରତମ୍ୟ ରହିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ସମାଧାନ କ୍ଷେତ୍ରରେ ପଦକ୍ଷେପ ନିଆଯାଇନଥିବା ସାଧାରଣ ସମ୍ପାଦକ ଶ୍ରୀ ମହାରଣା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.