csstore

ଖଦ୍ୟୋତ ପକ୍ଷରୁ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁପ୍ରତିଷ୍ଠିତ ତଥା ସାଂସ୍କୃତିକ ଅନୁଷ୍ଠାନ ଖଦ୍ୟୋତ ତରଫରୁ ମାଲଗୋଦାମପଡା ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନୀ ଶକ୍ତିର ବିକାଶ ତଥା ମାନବିକ ମୂଲ୍ୟବୋଧର ଜାଗରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଗୋବିନ୍ଦ ଅଗ୍ରୱାଲ ଛାତ୍ରଛାତ୍ରୀଙ୍କୁ ଧର୍ମ ଓ ସଂସ୍କାର ତଥା ନୈତିକ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ସିଆରସିସି ସେକ୍ ଅବଦୁଲ ଆଲାମ, ସମ୍ମାନିତ ଅତିଥି ଭାବେ ପ୍ରଶନ୍ନ ମିଶ୍ର ଓ ଦିବାକର ହୋତା ମଂଚାସୀନ ଥିଲେ । ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ପଣ୍ଡା ତଥା ବରିଷ୍ଠ ଶିକ୍ଷାବିତ୍ ଧର୍ମବ୍ରତ ରଥ ମଂଚ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ବାଦଲ ସାମଲ, ସରସ୍ୱତୀ ମହାନ୍ତି, ରୁକ୍ମଣୀ ଭୋଇ, ଭାରତୀ ବାଗ, ରିତେଶ ହରିପାଲ ତଥା ରସରାଜ କୁମ୍ଭାର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଥିଲେ । ସ୍କୁଲ କମିଟିର ସଭାପତି ଯୁଧିଷ୍ଟିର ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।

jayashree
Leave A Reply

Your email address will not be published.