oom

ଅବସର ନେଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତାମ୍ବର ନାଏକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ପଥର୍ଲା ପଞ୍ଚାୟତର ତାଲପାଲି ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ପୀତାମ୍ବର ନାଏକ ନିଜର ଦୀର୍ଘ ଦିନର କର୍ମମୟ ଜୀବନରୁ ଅବସର ନେଇଛନ୍ତି । ମହୀମୁଣ୍ଡା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୁଗଳ କିଶୋର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ପୁଇଁନ୍ତଳା ବ୍ଲକ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନସ ପାଣିଗ୍ରାହୀ, ବଳରାମ ଗଡତ୍ୟା, ଜୟନନ୍ଦ ସା, ଶୁଭେନ୍ଦ୍ର ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ, ରାଜ କିଶୋର ସାହୁ, ଅମରେନ୍ଦ୍ର ପ୍ରଧାନ, ପ୍ରମୋଦ ରଣା ତଥା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭବାନୀ ଶଙ୍କର ମିଶ୍ର, ମହୀମୁଣ୍ଡା ସିଆରସିସି ଜୟଚନ୍ଦ୍ର ପଟେଲ, ଏସଏମସି ଚେୟାରମେନ ତ୍ରିନାଥ ନାଥ, ଗ୍ରାମର ଗୌତିଅାଁ କୂଳମଣି ଭୋଇ, ସ୍କୁଲ କମିଟୀ ମହିଳା ସଭ୍ୟା ଜିରା ଷାଣ୍ଢ, ବାସନ୍ତି ଭୁଏ, ମୀରା ସାହୁ ଶ୍ରୀ ନାଏକଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ଶ୍ରୀ ନାଏକଙ୍କର ଅବସର ପରବର୍ତ୍ତୀ ଜୀବନ ମଙ୍ଗଳମୟ ହେବାର କାମନା କରିଥିଲେ । ଛାତ୍ରବତ୍ସଳ ଶିକ୍ଷକ, ଶୃଙ୍ଖଳିତ ଆଚରଣ, କର୍ମଯୋଗୀ, କବି, ସେବାପ୍ରବଣ ଶିକ୍ଷକ, ରାଷ୍ଟ୍ରପତି ପଦକଧାରୀ ମହାନ ଗୁରୁ ଭାବରେ ଜିଲ୍ଲାରେ ତାଙ୍କର ବେଶ ସୁନାମ ରହିଛି । ଏହି ଅବସରରେ ଶ୍ରୀ ନାଏକଙ୍କର ରଚିତ ୨ ଗୋଟି ପୁସ୍ତକ ଜଣା ଅଜଣା ଜଗନ୍ନାଥ-୨ୟ ଭାଗ ଓ ଜଣା ଅଜଣା ରାମାୟଣକୁ ମୁଖ୍ୟ ଅତିଥି ନେପାଳ ଚନ୍ଦ୍ର ବାଗ ଉନ୍ମୋଚନ କରିଥିଲେ । ମୁରିବାହାଲ ବ୍ଲକର ଯମୁନାବାହାଲ, ଆଗଲପୁର ବ୍ଲକର ବାଇଗନଖାରି, ପୁଇଁତଳା ବ୍ଲକର ଦୁହେଲ, ବିହିବନ୍ଧ, କୁରୁଲ, ଓଡିଆପାଲି, ଆଟଗାଁ ଓ ତାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଦୀର୍ଘ ୩୯ ବର୍ଷରୁ ଊଦ୍ଧ୍ୱର୍ ସମୟ ଶ୍ରୀ ନାଏକ ଶିକ୍ଷାଦାନ କରିଥିଲେ ।

jittmm
Leave A Reply

Your email address will not be published.