jayashree

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ନର୍ସିଂ ଛାତ୍ରୀଙ୍କ ସାଇକେଲ ଚୋରି : ସିସିଟିଭିରେ ରେକର୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହସ୍ପିଟାଲ ଭିତରେ ପୀଡିତ ରୋଗୀଙ୍କୁ ସେବା ଯୋଗାଉଥିବାବେଳେ ଜଣେ ନର୍ସିଂ ଛାତ୍ରୀଙ୍କ ସାଇକେଲକୁ ହସ୍ପିଟାଲ ପରିସରରୁ ଜଣେ ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି । ଚୋରି ବେଳର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ଦିନ ଦ୍ୱିପହରେ ଦୁର୍ବୃତ୍ତ ଜଣକ ସାଇକେଲ ଚୋରି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ୱର୍ଡରେ କାର୍ଯ୍ୟରତ ସାଇଟ୍ ନର୍ସିଂ କଲେଜର ଏଏନ୍ଏମ୍ ଛାତ୍ରୀଙ୍କ ସାଇକେଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ନର୍ସିଂ ଛାତ୍ରୀ ଜଣକ ରବିବାର ସକାଳ ୮ଟାରେ ହସ୍ପିଟାଲକୁ ଆସି ଡ୍ୟୁଟି କରିଥିଲେ । ଅପରାହ୍ନରେ ଆସି ଦେଖିଲା ବେଳେ ରକ୍ତଭଣ୍ଡାର ନିକଟରେ ତାଙ୍କର ସାଇକଲ ଆଉନଥିଲା । ଏନେଇ ହସ୍ପିଟାଲ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ସୋମବାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରୁ ଜଣେ ଯୁବକ ସାଇକେଲ ଚୋରି କରି ନେଇଯାଇଥିବା ଦୃଶ୍ୟ ରେକର୍ଡ ହୋଇଥିବା ଦେଖାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ଯାଞ୍ଚ କରି ସାଇକେଲ ଉଦ୍ଧାର ଏବଂ ଚୋରକୁ ଧରିବାକୁ ଉଦ୍ୟମ କରାଯିବ ବୋଲି ଏସଡିପିଓ ସରୋଜ ଉପାଧ୍ୟାୟ କହିଛନ୍ତି ।

Leave A Reply

Your email address will not be published.