jsm

ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଜୟନ୍ତୀ ପାଳିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଳକ ଅନ୍ତର୍ଗତ ବୁର୍ଡା ଆମ୍ବେଦକର କ୍ଳବ୍ ପ୍ରାଙ୍ଗଣରେ ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ୧୯୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ମୂଳ ନିବାସୀ ବହୁଜନ ମିଳିତ ମଞ୍ଚ ଆବହକ ଗୁରୁଚରଣ ହରିପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ର, ସମ୍ମାନିତ ଅତିଥି ଭାବେ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଳ, ଭୋଳାନାଥ ମିର୍ଦ୍ଧା, ପଞ୍ଚୁ ସା, ଯୁଧିଷ୍ଠିର ପ୍ରଧାନ, ମାଧବୀ ନାଗ, ପୂର୍ଣ୍ଣଚନ୍ଦ୍ର ସାହୁ ଅଚ୍ୟୁତ କୁମ୍ଭାର, ପ୍ରମୁଖ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ଦଳିତ ଏବଂ ପଛୁଆ ବର୍ଗ ମିଳିତ ଭାବରେ ସାମ୍ବିଧାନିକ ହକ ଏବଂ ଅଧିକାର ପାଇଁ ଲଢେଇ କରିବା ନିମନ୍ତେ ଏକଜୁଟ ହୋଇ ଦେଶର ପ୍ରଗତି ପାଇଁ କାର୍ଯ୍ୟ କରିବା ପାଇଁ ସଂକଳ୍ପ କରିଥିଲେ । ଏଥିରେ ବଲାଙ୍ଗିର ଓବିସି ମଞ୍ଚ ସଂଯୋଜକ ସରୋଜ କୁମାର ମେଶ୍ଵା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଏବଂ ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦାନ କରିଥିଲେ । ଆନନ୍ଦ ପଧାନ ସଭା ସଂଯୋଜନା କରିଥିବାବେଳେ, ସୁନୀଲ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.