csstore

ଜିଲ୍ଲାପାଳଙ୍କ ରାଜନୈତିକ ବିବୃତିର ପ୍ରତିବାଦ : ବିଜେଡିର ସାମ୍ୱାଦିକ ସମ୍ମିଳନୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ପ୍ରଭାସ ଲଜ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତର ସୁଭଦ୍ରା ମେଳା ସଭାମଞ୍ଚରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ଯେଉଁ ଏକ ରାଜନୈତିକ ବିବୃତି ପ୍ରଦାନ କରିଥିଲେ ଏହି ଉଦ୍ଦେଶ୍ୟରେ ସାମ୍ୱାଦିକ ସମ୍ମିଳନୀରେ ଦଳୀୟ ନେତାମାନେ ପ୍ରତିବାଦ କରି ଉକ୍ତ ଉକ୍ତିକୁ ଦୃଢ଼ ନିନ୍ଦା କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର କମ୍ପ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂପାର ଠେଲା, ବିନିକା ବ୍ଲକ୍ ଅଧ୍ୟକ୍ଷ ଅଶୋକ ନନ୍ଦ, ବିନିକା ଏନଏସି ଅଧ୍ୟକ୍ଷ ସୁବାଷ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ସୋନପୁର ପୌର ପରିଷଦ କାଉନସିଲର କଇରୁ ସ୍ୱାଇଁ, ଟାଉନ ସଭାପତି ଜନ୍ମେଜୟ ପାତ୍ର, ଝସକେତନ ବଘାର ପ୍ରମୁଖ ଯୋଗଦେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବିବୃତିକୁ ନିନ୍ଦା କରିଥିଲେ ।

jayashree
Leave A Reply

Your email address will not be published.