csstore

ବଲାଙ୍ଗିର ବଚପନ ଓ ଏକାଡେ଼ମୀକ ହାଇଟ୍ସ ପବ୍ଲିକ ସ୍କୁଲର ବିଜ୍ଞାନ ମେଳା

ବଲାଙ୍ଗିର : ଆଜି ଓ ଗତକାଲି ଦୁଇ ଦିନ ଧରି ବଚପନ୍ ନଗର, ବିଷ୍ଣୁମୁଣ୍ଡା ଠାରେ ବଚପନ୍ ଓ ଏକାଡେ଼ମୀକ ହାଇଟ୍ସ ପବ୍ଲିକ ସ୍କୁଲର ମିଳିତ ଭାବରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଉକ୍ତ ଦୁଇ ସ୍କୁଲର ପ୍ରାୟ ୨୨୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଯାଇଛି । ଏଥିରେ ବିଚାରକ ରୂପେ ବୁର୍ଡା ହାଇ ସ୍କଲର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, କୁରୁଲ ହାଇ ସ୍କୁଲରୁ ଆନନ୍ଦ ସାହୁ, ବନ୍ଧପଡ଼ା ହାଇ ସ୍କୁଲରୁ ଆନନ୍ଦ ବଡ଼ପଣ୍ଡା, ପୁଇନ୍ତଳା ସି ଆର୍ ସି ସି ଦିବ୍ୟସିଂହ ସାହୁ ଏବଂ ବିଲାଇସର୍ଡା ହାଇ ସ୍କୁଲରୁ ପଙ୍କଜ ମେହେର ଯୋଗ ଦେଇଥିଲେ । ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଶତପଥୀ, ନିର୍ଦ୍ଦେଶକ ଅଜିତ ଶତପଥୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଚପଳା ମିଶ୍ର ଉପସ୍ଥିତ ଥିଲେ । ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ବିକଶିତ କରିବାର ଏହା ଏକ ସୁନ୍ଦର ପ୍ରୟାସ ବୋଲି ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ଶତପଥୀ ମତ ବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଅତ୍ୟଧିକ ଉତ୍ସାହର ସହ ଏଥିରେ ଅଂଶ୍ ଗ୍ରହଣ କରିଥିଲେ । ପରେ ସମସ୍ତ ଅଭିଭାବକ ପ୍ରଦର୍ଶନୀ ଟିକୁ ବୁଲି ଦେଖିଥିଲେ ।

jayashree
Leave A Reply

Your email address will not be published.