ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁରର ୫୨ତମ ଶାରଦୀୟ ଦୁର୍ଗାପୂଜା ପ୍ରବଳ ବର୍ଷା ସତ୍ତ୍ୱେ ମହାଆଡମ୍ବରରେ ପାଳନ ଓ ଉଦ୍ଯାପିତ ହୋଇଯାଇଛି । ସୁନ୍ଦର ମେଢ, ଆଲୋକ ସଜା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକକୁ ବିମୋହିତ କରୁଥିଲା । ଏଥର ପୂଜା କମିଟି ସଭାପତି ସୁଦର୍ଶନ ଦଣ୍ଡିଆ, ଉପ ସଭାପତି ପ୍ରେମାନନ୍ଦ ମାଝି, ସମ୍ପାଦକ ଭୂପିନ୍ଦ୍ର ବଣୁଆଁ ଓ ସମ୍ପତି ରଣା, କୋଷାଧ୍ୟକ୍ଷ ହରି ମହାନନ୍ଦ, ସାଂସ୍କୃତିକ ସମ୍ପାଦକ ଜଳନ୍ଧର ମିର୍ଦ୍ଧା, ଦୁଷ୍ମନ୍ତ ଥାପା, ଆଶିଷ ଦଣ୍ଡିଆଙ୍କ ସମେତ ସମସ୍ତ କମିଟି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୂଜକ ଅନିରୁଦ୍ଧ ପାଢ଼ୀ, କର୍ତ୍ତା ଭାବେ ରାମଚନ୍ଦ୍ର ଦଣ୍ଡସେନା ଓ ରଇବାରି ଦଣ୍ଡସେନା କାର୍ଯ୍ୟ ତୁଳାଇଥିଲେ । ନର୍ଲା ବିଧାୟିକା ମନୋରମା ମହାନ୍ତି , ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବିଜେପି ମଣ୍ଡଳ ସଭାପତି ଖ୍ରୀଷ୍ଟଦତ୍ତ ରାଉତ ଓ ଯଜ୍ଞସେନା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ଆଶିଷ ଲାଭ କରିଥିଲେ ।
Prev Post
Next Post