ppurohit

ନାରାୟନ ପ୍ଲେ ସ୍କୁଲରେ ଗୁରୁ ଦିବସ ପାଳିତ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପେଲେସଲାଇନ୍ ସ୍ଥିତ ନାରାୟନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ଗୁରୁ ଦିବସ ପାଳିତ ହୋଇଯାଇଛି ।
ସ୍କୁଲର ପ୍ରିନ୍ସିପାଲ ଦିବ୍ୟା ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଗୁରୁ ଦିବସ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ଉପସ୍ଥିତ ଥିଲେ । ଉପସ୍ଥିତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ସ୍କୁଲ ପକ୍ଷରୁ ଏକ ନିଆରା ଗିପ୍ଟ ପ୍ରଦାନ କରାଯାଇଥିଲା । ଆଜିକା ଯୁଗରେ ଛାତ୍ରଛାତ୍ରୀମାନଙ୍କୁ ଗଢିବାରେ ଗୁରୁଙ୍କ ଭୂମିକା ଉପରେ ଆଲୋଚନା କରାଯିବା ସହ ଉପସ୍ଥିତ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ୍ ପକ୍ଷରୁ ଗୁରୁ ଦିବସ ଉପଲକ୍ଷେ ଚକଲେଟ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.