
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଞ୍ଚି ପଦର ଗ୍ରାମର ଏକ ଦୁଃଖଦ ଘଟଣା ପାଇଁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମର ଦୁଇ ଭାଇ ରାଧାକାନ୍ତ ରଣା (୧୨) ଏବଂ ସୀତାକାନ୍ତ ରଣା (୯) ଘରେ କେହି ନଥିବାବେଳେ ଗାଁ ମୁଣ୍ଡରେ ଥିବା ଏକ ପୋଖରୀକୁ ଗାଧେଇବାପାଇଁ ଯାଇ ପାଣିରେ ବୁଡି ଯାଇଥିବା ସୂଚନା ମିଳିଛି । ସେମାନେ ଚିତ୍କାର କଲେ ମଧ୍ୟ ନିକଟରେ କେହି ନଥିବାରୁ ଅନେକ ସମୟ ପାଣି ଭିତରେ ରହି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ପୋଖରୀ ହୁଡାରେ ଥିବା ପୋଷାକକୁ ଦେଖି ଜାଣି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶିଶୁଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ସଦର ଥାନା ପୁଲିସ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।