ppurohit

ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଗୁରୁ ଦିବସ ପାଳିତ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପବିତ୍ର ଗୁରୁ ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଏହି ଉପଲକ୍ଷେ ଅନୁଷ୍ଠିତ ସଭାର ସଭାପତିତ୍ୱ କରିଥିଲାବେଳେ ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ । ଗୁରୁଦିବସର ପ୍ରଣେତା ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ତଥା ବରପୁତ୍ର ପୂଜନ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ରବୀନା ପଧାନ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ଜ୍ୟୋତ୍ସ୍ନା ରାଣୀ ସାହୁ, ପୂଜାରାଣୀ ନାୟକ, ମନୀଷା ଭୋଇ, ବୃନ୍ଦାବତୀ ସାହୁ, ପ୍ରଭାତୀ ପଟ୍ଟନାୟକ ଗୁରୁ ଶିଷ୍ୟ ପରମ୍ପରାର ମହାନତା ଆଲୋକପାତ କରିଥିଲେ । ମମତା ମିଶ୍ର ସୁନ୍ଦର ଗୀତ ମାଧ୍ୟମରେ ଗୁରୁଙ୍କ ଗୁଣଗାନ କରିଥିଲେ । ସଭାପତି ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଜୀବନରେ ଗୁରୁଙ୍କ ଅବଦାନ ସମ୍ପର୍କରେ ନିଜର କିଛି ଅନୁଭୂତି ପିଲାଙ୍କ ସହ ବାଣ୍ଟି ପିଲାଙ୍କୁ ଉଦବୁଦ୍ଧ କରିଥିଲେ । ଛାତ୍ରୀମାନେ ଗୁରୁ ଦିବସର ମହତ୍ତ୍ଵ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଖୁସବୁ ବରିହା ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ସଂଯୁକ୍ତା ଭୋଇ, ଜ୍ୟୋତି ରେଖା ମହାନନ୍ଦ, ଅମନ କୁମାର ପଣ୍ଡା, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.