ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଚଳିତ ବର୍ଷ ମଧ୍ୟ ସ୍ଵାଧୀନତା ଦିବସ ଅତି ସୁନ୍ଦର ଭାବରେ ପାଳନ କରାଯାଇଛି । ପ୍ରଥମେ ଦେଶିଲ ସ୍ଥିତ ଓଲ୍ଡ ଏଜ ହୋମ ଠାରେ କ୍ଲବ ସଭାପତି ସଞ୍ଜୟ ସୋନି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତା’ପରେ ଉପସ୍ଥିତ ସଦସ୍ୟମାନେ ଦେଶ ପାଇଁ ନିଜର ଅନୁଚିନ୍ତା ପ୍ରକାଶ କରିଥିଲେ । ସେଠାରୁ ବାହାରି ଏସ୍ସିଡି ସେଣ୍ଟରରେ ରହୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ଏହି ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର, ମଙ୍ଗଳ ସିଂ ଭୋଇ, ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ, ଲାୟନସ କ୍ଲବର ବରିଷ୍ଠ ସଦସ୍ୟ ବିନ୍ଦୁ ସାହୁ, କ୍ଲବ ସଭାପତି ସଞ୍ଜୟ ସୋନି ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ଗୀତ ଗାଇବାକୁ କହିଥିଲେ । ସେଣ୍ଟରର ଛାତ୍ରଛାତ୍ରୀଙ୍କ ଦ୍ଵାରା ଅତି ସୁନ୍ଦର ଗୀତଗାନ ସହ ବାଦ୍ୟ ବଜାଇଥିଲେ । ଏହାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଏମାନେ ଦିବ୍ୟାଙ୍ଗ ନୁହନ୍ତି, ଏମାନଙ୍କୁ ଭଗବାନ ଉତ୍ତମ କଳାର ହକଦାର କରି ସଂସାରକୁ ପଠାଇଛନ୍ତି ବୋଲି କହି ସେମାନଙ୍କୁ ଉତ୍ସାହିତ କରିଥିଲେ । ତାପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଜାତୀୟ ପତାକା, ଫଳ, ଚକୋଲେଟ୍, ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବର ସମ୍ପାଦକ ପଙ୍କଜ ନାମଦେବ, କୋଷାଧ୍ୟକ୍ଷ ବିନୟ କୁମାର ଜୈନ, ପିଡିଜି ଯମୁନା ପ୍ରସାଦ ଗୋଏଲ, କ୍ଲବର ବରିଷ୍ଠ ସଦସ୍ୟ ଶମ୍ଭୁ ପ୍ରସାଦ ଗୋଏଲ, ସନ୍ତୋଷ ମହାନ୍ତି, ରତ୍ନାକର ସାହୁ, ମିନାକ୍ଷୀ ସାହୁ, ଈଶ୍ୱର ଜୈନ, ଦୀପକ ପୃଷ୍ଟି, ଲାୟନ୍ ମନିଷ ଗୁପ୍ତା, ଗଙ୍ଗାଧର ଶର୍ମା, ଆବାସ ଖାଁ, କ୍ଲବର ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ ପାରସ ଅଗ୍ରୱାଲ, ଶୈଳେଶ ଗୋଏଲ, ମୁସ୍କାନ ଗୋଏଲ, ଗୀତାଞ୍ଜଳି ମହାରଣା ଓ ଲିଓ କ୍ଲବର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।
