- ରାଉରକେଲା ସ୍ୱାଧୀନତାହିଁ ସମାଜ ଓ ଦେଶର ପ୍ରଗତିରେ ସହାୟକ : ଅକ୍ରୁର ମାର୍ଥା
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ପତାଞ୍ଜଳି ଯୋଗ ପରିବାର ତରଫରୁ ରାଉରକେଲା ସେକ୍ଟର -୧୩ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ର ପ୍ରାଙ୍ଗଣରେ ୭୯ତମ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ରାଜ୍ୟ ସହପ୍ରଭାରୀ ଅକ୍ରୁର ମାର୍ଥା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ମାର୍ଥା ଉପସ୍ଥିତଙ୍କୁ ଉଦବୋଧନ ଦେଇ ସ୍ୱାଧୀନତାହିଁ ସମାଜ ଓ ଦେଶର ବିକାଶ ବିକାଶ ଓ ପ୍ରଗତି ପଥରେ ସହାୟକ ବୋଲି ବର୍ଣ୍ଣନା କରିଥିଲେ । ପବିତ୍ର ଭାରତ ଭୂମିରେ ଆମେ ଜନ୍ମ ନେଇଥିବାରୁ ଆଜି ଆମେ ଗର୍ବିତ ଓ ଭାଗ୍ୟ ଶାଳୀ । ମୁଁ ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ସମସ୍ତଙ୍କୁ ଏହି ପବିତ୍ର ଦିବସରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଆମର ପୂର୍ବଜମାନଙ୍କ ବଳିଦାନ ଓ ତପସ୍ୟା ଯୋଗୁ ଆଜି ଆମେ ସ୍ଵାଧୀନ ଭାରତର ଜଣ ନାଗରିକ ହୋଇ ସୁଖ ଶାନ୍ତିରେ ବସବାସ କରିବାର ସୌଭାଗ୍ୟ ପ୍ରାପ୍ତ କରିଛେ । ଦେଶର ସମୃଦ୍ଧି ଓ ଉନ୍ନତି ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ଅଛି । ସୁଖ, ଶାନ୍ତି ଓ ସଦ ଭାବ ହୋଉଛି ଆମର ନିତୀ ଓ ଆଦର୍ଶ । ଭାରତର ସଂସ୍କୃତି, ପରମ୍ପରା ରକ୍ଷା କରିବା ଆମର କର୍ତ୍ତବ୍ୟ । ଆଜି ଭାରତ ବିଶ୍ଵ ଗୁରୁ ହେବାକୁ ଯାଉଛି । ଭାରତ ନିଜର ବିକାଶରେ ସ୍ୱଦେଶୀ ଗୁରୁତ୍ଵ ଦେଉଛି । ନେତା ଯଦି ଦେଶ ପାଇଁ ସମର୍ପିତ ହେବେ ସେ ଦେଶ ନିଛିତ ଭାବେବୈଭବଶାଳୀ ହୋଇପାରିବ । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁ, ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଜିଲ୍ଲା ମହିଳା ସୋସିଆଲ ମିଡିଆ ପ୍ରଭାରୀ ଆରତୀ କର, ଜିଲ୍ଲା ମହିଳା ସଂଗଠନ ମନ୍ତ୍ରୀ ସଂଧ୍ୟାରାନୀ ସାହୁ, ଜିଲ୍ଲା ମହିଳା କୋଷାଧ୍ୟକ୍ଷ ବିଷ୍ଣୁ ପ୍ରିୟା ଦାଶ, ଜିଲ୍ଲା ବି ଏସ ଟି ସହ ପ୍ରଭାରୀ ମାନସ ରଞ୍ଜନ ସାହୁ, ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ମନୋରମା ରାଉତ, କଳ୍ପନା ପଣ୍ଡା, କୁନ୍ତଳା ସ, ଅନୁସୁୟା ବାରିକ, ରଶ୍ମି ରେଖା ଦାସ, ପ୍ରଭାତୀ ବେହେରା, ନଗେନ୍ଦ୍ର ନାଥ ସ୍ୱାଇଁ, ଗୀତାଞ୍ଜଳୀ ବେହେରା, ମମତା ମହାନ୍ତି, ଉର୍ମିଳା ପ୍ରଧାନ, ସମେତ ଶତାଧିକ ଯୋଗ ଶିକ୍ଷକ, ସାଧକ ସାଧିକା ବୃନ୍ଦ ଉପସ୍ଥିତ ଥିଲେ । ଏହି କେନ୍ଦ୍ରର ଯୋଗ ଶିକ୍ଷକ ତଥା ପରିଚାଳକ ଅମୂଲ୍ୟ ପାତ୍ର ଓ ରଥହରି ପାଲ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଏହି କେନ୍ଦ୍ରର ଭଉଣୀମାନେ ଦେଶାତ୍ମକ ବୋଧ ଗାନ କରିଥିଲେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।