ବରଗଡ ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବରଗଡ଼ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ କର୍ମକର୍ତ୍ତା ଏବଂ କାର୍ଯ୍ୟକାରୀ କମିଟୀ ସଭ୍ୟ ମନୋନୟନ କରାଯାଇଥିଲା । ଏଥିରେ ସୁରେନ୍ଦ୍ର ହୋତା ସଭାପତି, ବିରେନ୍ଦ୍ର ପ୍ରଧାନ ଉପ ସଭାପତି, ପ୍ରେମାନନ୍ଦ ଖମାରୀ ସମ୍ପାଦକ, ପ୍ରବୀଣ ସାହୁ ସହ ସମ୍ପାଦକ ବ୍ୟୋମକେଶ କର କୋଷାଧ୍ୟକ୍ଷଭାବେ ମନୋନୀତ ହୋଇଥିଲେ । ସେହିପରି କାର୍ଯ୍ୟକାରୀ କମିଟିକୁ ଶଙ୍କର ବଲ୍ଲଭ ମିଶ୍ର, ଅଶୋକ ମିଶ୍ର, ପ୍ରସନ୍ନ ମିଶ୍ର, ଉମେଶ ବିଶ୍ୱାଳ, ଦିପକ ଶର୍ମା, ରବି ନାରାୟଣ ପଣ୍ଡା ଏବଂ ରମଣୀ ରଞ୍ଜନ ବେହେରା ମନୋନୀତ ହୋଇଥିଲେ । ସଂଘର ସଭାପତି ସୁରେନ୍ଦ୍ର ହୋତା ସ୍ୱାଗତ ଭାଷଣ ଦେଇଥିଲେ । ସମ୍ପାଦକ ପ୍ରେମାନନ୍ଦ ଖମାରୀ ବାର୍ଷିକ ବିବରଣୀ ପ୍ରଦାନ ସହିତ ଆୟବ୍ୟୟ ଉପସ୍ଥାପନ କରିଥିଲେ । କୋଷାଧ୍ୟକ୍ଷ ବ୍ୟୋମକେଶ କର ଖର୍ଚ୍ଚ ବିବରଣୀ ଉପରେ ସୂଚନା ଦେଇଥିଲେ । ମନୋନୀତ କର୍ମକର୍ତ୍ତାମାନଙ୍କୁ ସଂଘର ସଭ୍ୟମାନେ ଅଭିନନ୍ଦନ ଜଣାଇଥିଲେ । ସହ ସମ୍ପାଦକ ପ୍ରବୀଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.