
ବଲାଙ୍ଗିର, (କେପିଏନ୍ଏସ୍) : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କମାଲ୍ କରିଛି ଯୁବୋଦୟ । ବଲାଙ୍ଗିର ଜିଲ୍ଲା ସ୍ଥିତ ଯୁବୋଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ସମଗ୍ର ଓଡ଼ିଶାରେ ଶତ ପ୍ରତିଶତ ପାସ୍ ହାର ରଖିଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଯୁବୋଦୟ ସ୍ଥାନ ପାଇଛି । ଏହି ଶିକ୍ଷାନୁଷ୍ଠାନର ତିଲକ ହୋତା ୫୭୭ ମାର୍କ ଆଣି ଟପ୍ପର ହୋଇଥିବା ବେଳେ ନୈନା ବାରିକ ୫୭୦, ଆୟୁଷ ପଟେଲ ଓ ପ୍ରତ୍ୟୁଶ ଦାସ ୫୬୯ମାର୍କ ଆଣି କୃତିତ୍ୱ ହାସଲ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଚାରି ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଥିବା ନେଇ ଜଣାପଡ଼ିଛି ।
