centurian jitm

ବରଗଡ଼ରେ ଫୁଲେ ଚଳଚ୍ଚିତ୍ରକୁ ବିପୁଳ ସ୍ୱାଗତ

ବରଗଡ, (ମୁନ୍ନା ସାହୁ) : ବରଗଡ଼ରେ ଫୁଲେ ଚଳଚ୍ଚିତ୍ରକୁ ବିପୁଳ ସ୍ୱାଗତ । ଫୁଲେ ଚଳଚ୍ଚିତ୍ରକୁ ଦେଖିବା ପାଇଁ ବିଭିନ୍ନ ସମାଜର ଲୋକଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଏନେଇ ଶନିବାର ସନ୍ଧ୍ୟା ୬ଟା ୩୦ ସମୟରେ ରୁକ୍ମିଣୀ ଟୋକିଜ ସମ୍ମୁଖରେ ପ୍ରତିକ୍ରିୟା ରଖିଲେ ଦର୍ଶକମାନେ । ଜ୍ୟୋତିବା ଫୁଲେ ଓ ମାତା ସାବିତ୍ରୀ ବାଇ ଫୁଲେଙ୍କ ଜୀବନୀ ଓ ତାଙ୍କ ସଙ୍ଘର୍ଷର କାହାଣୀ ହେଉଛି ଫୁଲେ । ଯେଉଁ ସମୟରେ ନାରୀ ଶିକ୍ଷା ଏକ ପାପ ବୋଲି ଧରାଯାଉଥିଲା ସେହି ସମୟରେ ଉଭୟ ଦମ୍ପତି ନାରୀ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ନାରୀ ସମାଜକୁ ଶିକ୍ଷାଦାନ କରିଥିଲେ । ଏଭଳି ଏକ ସଙ୍ଘର୍ଷର କାହାଣୀ ସମସ୍ତେ ଜାଣିବା ପାଇଁ ଦରକାର ବୋଲି ଜଣାଇଛନ୍ତି ଦର୍ଶକମାନେ । ଏହି ଚଳଚିତ୍ରରେ ବିଭିନ୍ନ ଦୃଶ୍ୟ କଟା ଯାଇଥିବା ବେଳେ ଗତ ଏପ୍ରିଲରୁ ଏହି ଚଳଚ୍ଚିତ୍ର ରିଲିଜ ହୋଇଥିବା ବେଳେ ବିଭିନ୍ନ ସଙ୍ଘର୍ଷ ପରେ ଆଜି ବରଗଡ଼ ସହରରେ ରିଲିଜ ହୋଇଥିବା ଜଣାଯାଇଛି । ତେବେ ଏହି ଚଳଚ୍ଚିତ୍ର ବରଗଡ଼ରେ ଲାଗିବା ପରେ ବିଭିନ୍ନ ସମାଜ ପକ୍ଷରୁ ଉତ୍ସାହ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.