ଧୁମ୍‌ଧାମ୍‌ରେ ବଲାଙ୍ଗିର ଦିନ୍‌ ପାଳନ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଧ୍ୟା ୬ଟା ସମୟରେ ବଲାଙ୍ଗିର ପିପି ଏକାଡେମୀ ସଭାଗୃହ ଠାରେ ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଦିନକୁ ସରସ ସୁନ୍ଦର ଭାବରେ ପାଳନ କରିବା ପାଇଁ ବିଭିନ୍ନ କମିଟି ଗଠନ କରି ଦାୟିତ୍ୱ ଗୁଡିକ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ଏବଂ ବର୍ଗର ମହିଳା, ପୁରୁଷ, ବୁଦ୍ଧିଜୀବୀ, ଲେଖକ, ଛାତ୍ରଛାତ୍ରୀ ସମସ୍ତଙ୍କୁ ସାମିଲ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଯଥା ଆମର ପିଠାମଡା, ଆମର ପିନ୍ଧନ ଉଡନ ଫଟୋ ପ୍ରତିଯୋଗିତା, କବିତା ଆସର, ଆଲୋଚନା ଚକ୍ର, ଫେନ୍ସି ଡ୍ରେସ୍‌, ନୃତ୍ୟ ପ୍ରତିଯୋଗିତା, ଆମ୍ଭର ପିନ୍ଧନ ଉଡନ, ଶଙ୍ଖଫୁକା ପ୍ରତିଯୋଗିତା, ହୁଳାହୁଳି ପ୍ରତିଯୋଗିତା, ମେହେନ୍ଦି ପ୍ରତିଯୋଗିତା, ରଙ୍ଗୋଲି ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା, ଆର୍ଟଏଣ୍ଡକ୍ରାଫ୍ଟ ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା, କ୍ରିକେଟ୍‌ ମ୍ୟାଚ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ଆଜିର ଏହି ବୈଠକରେ ଡ. ଶ୍ରୀକର ମିଶ୍ର, ବିଦୁଭୂଷଣ ତ୍ରିପାଠି, ବୁଲୁ ଦାନୀ, ବିନୋଦ କାଲସାଏ, ସୋମନାଥ ମିଶ୍ର, ପ୍ରଶାନ୍ତ ନାଏକ, ସିନୁସୁନ୍ଦର ପାଢୀ, ମିଲି ବାରିକ, ଅନୁପ୍ରୀୟା ମିଶ୍ର, ନୂତନ ଦାସ, ସଞ୍ଜଳି ଶତପଥି, ସଚଳା ମେହେର, ବିରେନ୍ଦ୍ର ପାଣ୍ଡେ, ସତ୍ୟ ହୋତା, ରମାକାନ୍ତ ମେଶ୍ୱା, ସୁମେଶ ଡାଙ୍ଗ, ପୂଜା ସାହୁ, ମୌସୁମି ବାନାର୍ଜି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅନିଲ ମୋଦି, କରତାର ସିଂ, ବିଶ୍ୱ ଜେନା, ସନ୍ତୋଷ ହୋତା, କଳାକୃଷ୍ଣ ସାହୁ, ଥବିର କର୍ମୀ, ଦିନେଶ ଶର୍ମା, ସଙ୍ଗିତା ଦାସ, ଅଙ୍କିତ ସାହୁ, ରବି ଖମାରୀ, ଜତିନ ତଲହାର, ବିବେକା ପଟେଲ, ଅଙ୍କୁଶ ପାଣ୍ଡିଆ, ଋତୁରାଜ ପ୍ରଧାନ, ରଶ୍ମି ପାତ୍ର, ଶ୍ରୀକାନ୍ତ ବେହେରା, ସୁଷମା ଦାଶ, ଶିବୁ ପାତ୍ର, ପ୍ରଭାକର ମିଶ୍ର, ସୁବ୍ରତ ସାହୁ, ବିକାଶ ସା, ହରିଓଁ ପଟେଲ, ଆକାଶ ମହାଣା, ଜ୍ୟୋତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.