
ଭୋଗରାଇ, (କେପିଏନ୍ଏସ୍) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡେଉଁର ଗ୍ରାମରେ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ରଜନୀ କାନ୍ତ ସାହୁଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ଗତ ଗୁରୁବାର ସକାଳ ସମୟରେ ବିୟୋଗ ଘଟିଛି । ଶ୍ରୀଯୁକ୍ତ ସାହୁଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଉପାଧ୍ୟକ୍ଷା ମିନାରାଣୀ ସାସମଲ, ଶିକ୍ଷାବିତ ତଥା କବି କାଳିକିଙ୍କର ଦାସ, ଡାକ୍ତର ସ୍ନେହାଂଶୁ ଦେ, ଆଇନଜୀବୀ ରାଜକିଶୋର ଜେନା, ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏଥିସହ ନାଚିନ୍ଦା ଗ୍ରାମପଞ୍ଚାୟତ ସରପଞ୍ଚ ଶିଶିର କୁମାର ରଣା, ସଦସ୍ୟା ମଧୁସ୍ମିତା ପ୍ରଧାନ, ଖରିଦପିପଳ ଗ୍ରାମ ପଞ୍ଚାୟତର ସରପଞ୍ଚ ମଞ୍ଜୁରାଣୀ ବେହେରା, ପ୍ରାକ୍ତନ ସରପଞ୍ଚ ଖଗେନ୍ଦ୍ର ନାୟକ, ଶ୍ରୀହରି ଚରଣ ପାତ୍ର, ପ୍ରଶାନ୍ତ ପାତ୍ର, ସମାଜସେବୀ ଚନ୍ଦନ କୁମାର ପାତ୍ର, ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ ପ୍ରମୁଖ ଉପସ୍ଥିତ ହେଇ ଶ୍ରୀଯୁକ୍ତ ସାହୁଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସ୍ୱର୍ଗତ ସାହୁ ନିଜ ଗାଁରେ ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଗଠନ କରି ତାର ପରିଚାଳନା ଦାୟିତ୍ୱ ତୁଲାଉଥିଲେ । ଶ୍ରୀଯୁକ୍ତ ସାହୁଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର , ପୁତ୍ରବଧୂ , ଝିଅ ଛନ୍ଦାରାଣୀ , ମନ୍ଦାକିନୀ, ବନଲତା, କବିତା, ରଞ୍ଜିତା, ନାତି ଅଭିଜିତ, ଦିବ୍ୟାନ ପ୍ରମୁଖ ଉପସ୍ଥିତ ଥିଲେ । ଶହ ଶହ ଲୋକଙ୍କ ଗହଣରେ ଶ୍ରୀଯୁକ୍ତ ସାହୁଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଶ୍ମଶାନକୁ ନିଆଯାଇ ଶବ ସଂସ୍କାର କରାଯାଇଥିଲା । ତାଙ୍କ ଏକମାତ୍ର ପୁତ୍ର ହିମାଂଶୁ ମୁଖାଗ୍ନି ଦେଇଥିଲେ ।