csstore

ବଲାଙ୍ଗିର ସାମ୍ବାଦିକ ଭବନଠାରେ ଶ୍ରୀଗଣେଶ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା କଟକଣାକୁ ମାନି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଭବନଠାରେ ବିଘ୍ନନାଶନ ଗଜାନନ ଶ୍ରୀ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ନିରଂଜନ ମହାପାତ୍ରଙ୍କ ଦ୍ୱାରା ରୀତିନୀତି ଅନୁସାରେ ପୂଜନ କର୍ମ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସଂପାଦକ ବଳରାମ ମିଶ୍ର କର୍ତ୍ତା ଭାବରେ ପୂଜାରେ ବସିଥିଲେ । ସଂଘ ସଭାପତି ହରିନାରାୟଣ ପୂଜାରୀ, ସଂଗଠନ ସଂପାଦକ ଶରତ କୁମାର ମିଶ୍ର, କୋଷାଧ୍ୟକ୍ଷ ସୁନୀଲ କୁମାର ମହାନ୍ତି, ଉପଦେଷ୍ଟା ସତ୍ୟନାରାୟଣ ବେହେରା, ଗୋପବନ୍ଧୁ ଶତପଥୀ, ସୁଧିର ପଣ୍ଡା, ନବୀନ ପଶାୟତ, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଷ୍ଣୁପ୍ରସାଦ କେଡ଼ିଆ, ଚିତ୍ତରଂଜନ ମିଶ୍ର, ଚନ୍ଦ୍ରଭାନୁ ମୋଲାନା,ସୁଧିର ମିଶ୍ର, ବିରେନ୍ଦ୍ର ଝାଙ୍କର, ମାନସ ରଂଜନ ନନ୍ଦ, ଅଭିଲାଶ ହୋତା, ରାଜିବ ଷଢ଼ଙ୍ଗୀ, ସଚିତା ନନ୍ଦ ବଗର୍ତୀ, ଦୀପକ ପୁରୋହିତ, ମୁକେଶ ବହିଦାର, ବିଶ୍ୱଜିତ ଦାସ, ଗଣେଶ ବାରିକ, ସହ ବୁଦ୍ଧିଜୀବୀ ଏହି ପୂଜନୋତ୍ସବରେ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.