କ୍ଷେତ୍ରମୋହନ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ୭୮ତମ ସ୍ୱାଧିନତା ଦିବସ ଓ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ୭୮ତମ ସ୍ୱାଧିନତା ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଡ଼ଃ ସୁଶାନ୍ତ କୁମାର ମିଶ୍ର ପତକା ଉତ୍ତୋଳନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଭୂପତି ସାହୁ ଏହି ଦିବସର ତାପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଅଧ୍ୟାପକ,ଅଧ୍ୟାପିକା ସମେତ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା । ‘ମାଁ ପାଇଁ ଗଛଟିଏ’ ସ୍ଲୋଗାନ ସମ୍ମାନାର୍ଥେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଦେଶର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ଶାଖା ତରଫରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ଡ଼ଃ ସୁଶାନ୍ତ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀ ଓ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗ୍ରାମ ପରିକ୍ରମା ସହିତ ଜନଜାଗରଣର ବାର୍ତ୍ତା ଘରେ ଘରେ ପହାଞ୍ଚାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ପରାମର୍ଶ ଦାତା ପ୍ରକାଶ ଚନ୍ଦ୍ର ଶତପଥୀ ଏବଂ ଯୁବ ରେଡକ୍ରସ୍‌ର କାଉନସିଲର ସତ୍ୟନାରାୟଣ ଚୌଧୁରୀ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଜ୍ୟୋତି ପ୍ରସାଦ ସାହୁ , ଅଧ୍ୟାପିକା ମନସା ରେଡ଼ି ତଥା ମହାବିଦ୍ୟାଳୟର କର୍ମଚାରୀ ବିନୋଦ ଗୈାଡ, ସନ୍ତୋଷ ସାବତ, ରବିନ୍ଦ୍ର ସେନାପତି, କାହ୍ନୁ ଚରଣ ବେହେରା, ପିଣ୍ଟୁ ପ୍ରଧାନ, ପ୍ରବିଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.