csstore

ଧୋବଘାଟେନ୍ ଛକ ଠାରେ ବ୍ୟକ୍ତିଙ୍କ ଉପରେ ପଡ଼ିଲା ଗଛ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁର୍ଲୀ ଗ୍ରାମ ଧୋବଘାଟେନ୍ ମନ୍ଦିର ସାମ୍ନାରେ ଜଣେ ଯୁବକଙ୍କ ଉପରେ ଏକ ବଡ ଗଛର ଡ଼ାଳ ପଡିଯିବାରୁ ଯୁବକ ଗୁରତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବେଲାପଡ଼ା ଥାନା ଅନ୍ତର୍ଗତ ସିହିନି ଗ୍ରାମର ରୂପ ରଣା କୌଣସି କାମରେ କଣ୍ଟାବାଞ୍ଜି ଅଭିମୁଖେ ଆସୁଥିଲେ ଠିକ୍ ସେହି ସମୟରେ ମନ୍ଦିର ସାମ୍ନାରେ ତାଙ୍କ ଉପରେ ଏକ ବଡ ଗଛର ଡ଼ାଳ ଖସି ପଡିବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.