ଉମା ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ

ବୌଦ୍ଧ, (ବଂଶୀଧର ମାଝୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସେବା ସମବାୟ ସମିତିର ସଂପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ଅଦାଲତ ଫୁଲବାଣୀ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ଜାରି କରାଯିବା ପରେ ବ୍ରହ୍ମପୁର, ଫୁଲବାଣୀ ଏବଂ ବୌଦ୍ଧ ଭିଜିଲାନ୍ସ ବିଭାଗର ମିଳିତ ଭାବରେ ସୋମବାର ଭୋର ୫ଟା ସମୟରୁ ସଂନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଉମା ଗ୍ରାମ ସ୍ଥିତ ନିଜ ବାସ ଭବନ ଏବଂ ସମବାୟ ସମିତି କାର୍ୟ୍ୟାଳୟରେ ତଲାସି କରାଯାଇ ପ୍ରାୟ କୋଟିଏରୁ ଉର୍ଦ୍ବ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସଂପତ୍ତି ଥିବା ଭିଜିଲାନ୍ସ ଟିମ ଠାବ କରିଥିଲା ।

ସୂଚନା ଅନୁସାରେ ଗୋଟିଏ ଦୁଇ ମହଲା କୋଠା ଓ ଗୋଟିଏ ଏକ ମହଳା କୋଠା ମିଶି ୪୫ ଲକ୍ଷଟଙ୍କା, ୪ଟି ପ୍ଲଟର ମୁଲ୍ୟ ୮୬ ହଜାର ୬୩୩ ଟଙ୍କା, ଦୁଇଟି ଟ୍ରାକ୍ଟର, ଗୋଟିଏ ବାଲେରୋ ଗାଡି, ଗୋଟିଏ ମାରୁତି କାର, ଛଅ ଗୋଟି ମୋଟର ବାଇକର ମୂଲ୍ୟ ମିଶି ୩୦ଲକ୍ଷଟଙ୍କା, ଓ ୨୦ ଲକ୍ଷଟଙ୍କା ମୂଲ୍ୟର ସୁନାଅଳଙ୍କାର, ୨ଲକ୍ଷ ୮୮ହଜାର ଟଙ୍କା ମୂଲ୍ୟର ଘରୋଇ ଉପକରଣ ସାମାନ, ୧୦ ହଜାର ଟଙ୍କା ମୂଲ୍ୟର ବଳଦ, ୩ଲକ୍ଷ ୫୫ ହଜାର ବ୍ୟାଙ୍କ ବାଲାନ୍ସ ଏବଂ ନଗଦ ୭ଲକ୍ଷ ୧୮ ହଜାର ୯୯୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ସୂଚନା ମିଳିଛି । ଚଢଉରେ ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନୀଲ କୁମାର ପାତ୍ରଙ୍କ ନିର୍ଦ୍ଦଶକ୍ରମେ ବ୍ରହ୍ମପୁର ଆଡିସିନାଲ ଏସପି ଶାନ୍ତନୁ ପାଢିଙ୍କ ତତ୍ତ୍ବାବଧାନରେ ଇନ୍ସପେକ୍ଟର ଆର.କେ ନାୟକ, ଫୁଲବାଣୀ ଭିଜିଲାନ୍ସ ଇନ୍ସପେକ୍ଟର କୁମୁଦିନୀ ସାହୁ ସମେତ ବିଭାଗୀୟ କର୍ମଚାରୀ, ବୌଦ୍ଧ ଭିଜିଲାନ୍ସ ଇନ୍ସପେକ୍ଟର ପୌଲସ୍ତି ଛତ୍ରୀଆ, ଏଏସଆଇ ଏସ୍. ମିଶ୍ର, ଏନ.କେ ନାୟକ ସମେତ ବୋୖଦ୍ଧ ଭିଜିଲାନ୍ସ ବିଭାଗର ବହୁ ଅଧିକାରୀ ଏହି ଚଢ଼ାଉରେ ସାମିଲ ଥିଲେ । ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଭିଜିଲାନ୍ସ ରେଡ୍ ବୌଦ୍ଧ ଜିଲ୍ଲାରେ ପ୍ରଥମ ଘଟଣା ହୋଇଥିବା ବେଳେ ସମବାୟ ସଂପାଦକ ଭାବେ କାମ କରୁଥିବା ସନ୍ତୋଷ ରାଉତଙ୍କ ପାଖରେ ଏତେ ଟଙ୍କାର ସମ୍ପତି କିପରି ହେଲା ସେଥିପାଇଁ ଭିଜିଲାନ୍ସ ବିଭାଗ ତାଙ୍କ ଘରେ ରେଡ଼ କରିଥଲା।

Leave A Reply

Your email address will not be published.