୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ: ଛିନ୍ଦେଇକେଲାକୁ ୧୮୦ ରନରେ ହରାଇ ଦୁର୍ଗ ସେମିଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍ ଚତୁର୍ଥ ଲିଗ୍ ମ୍ୟାଚରେ ଛିନ୍ଦେଇକେଲା ରାଇଜିଂ ଷ୍ଟାରକୁ ୧୮୯ ରନ୍ ବ୍ୟବଧାନରେ ହରାଇ ସେମିଫାଇନାଲରେ ପହଞ୍ଚିଛି । ଦୁର୍ଗ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ବେକେଟ ହରାଇ ୨୩୭ ରନ୍ ସଂଗ୍ରହ କରିଥିଲେ । ଦଳରୁ ସନ୍ଦୀପ କୋରୀ ୫୪ ରନ, ଦୀପକ ଯାଦବ ୫୨ ରନ ଓ ଅମନ ମିଶ୍ର ୪୨ ରନ କରିଥିଲେ । ଛିନ୍ଦେଇକେଲା ଦଳରୁ ବିଲାସ ବେହେରା ୩ ଓ୍ବେକେଟ, ରିପନ ସାହୁ ୨ ଓ୍ବେକେଟ, ପ୍ରଶାନ୍ତ ସାହୁ ଓ ଶରତ ହାତୀ ୧ ଓ୍ବେକେଟ ଲେଖାଏଁ ନେଇଥିଲେ । ଦୁର୍ଗର ଘାତକ ବୋଲିଂ ସାମ୍ନା କରି ୫୭ ରନରେ ଅଲ ଆଉଟ ହୋଇ ଦୁର୍ଗ ଠାରୁ ୧୮୦ ରନ ବ୍ୟବଧାନରେ ହାରିଥିଲେ । ଦୁର୍ଗରୁ ନମନ ଅଗ୍ରୱାଲ ୫ ଓ୍ବେକେଟ, ଦୀପକ ଯାଦବ ଓ ପ୍ରତୀକ ତ୍ରୀପାଠୀ ୨ ଓ୍ବିକେଟ ଲେଖାଏଁ ନେଇଥିଲେ । ଓସିଏ ଅମ୍ପାୟାର ଚୂଡାମଣି ପାଢୀ ଓ ସଞ୍ଜୟ ନାଏକ ଖେଳ ପରିଚାଳନା କରିଥିଲେ । ଆକାଶ ସାହୁ ଓ ବବଲୁ ପୃଷ୍ଟି ସ୍କୋରର ଥିଲେ । ପ୍ରହ୍ଳାଲାଦ ଭୋଇ ଓ ରମେଶ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଆଜିର ଉଦଘାଟନୀ ମ୍ୟାଚରେ ମନୋଜ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଡଃ ରୁଦ୍ରମଣୀ ବେହେରା ଓ ନିଳୟ ସାହୁ ଅତିଥି ଭାବେ ଯୋଗ ଦେଇ ନମନ ଅଗ୍ରୱାଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ । ଆସନ୍ତାକାଲି ଦୁର୍ଗ ଓ ବରଗଡ଼ ବ୍ଳୁ ଡାଇମଣ୍ଡ ମଧ୍ୟରେ ସେମିଫାଇନାଲ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.