jayashree

ଜୁନିୟର ରେଡ଼୍‌କ୍ରସ୍‌ର ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ପ୍ରତିଦିନ ଘରେ ତଥା ଘର ବାହାରେ ବିଭିନ୍ନ ଦୁର୍ଘଟଣା ଘଟି ଅମୂଲ୍ୟ ଜୀବନ ନଷ୍ଟ ହେଉଛି । ପ୍ରତି ଦୁଇ ଘଂଟାରେ ଜଣେ ସଡ଼କ ଦୁର୍ଘଟଣାର ଶିକାର ହେଉଛି । ବହୁତ ଅମୂଲ୍ୟ ଜୀବନ ଅକାଳରେ ଝଡ଼ିବା ସହ ବହୁ ପରିବାର ବେସାହାରା ପାଲଟି ଯାଉଛନ୍ତି । ଦୁର୍ଘଟଣାରେ ପ୍ରଥମ ଏକ ଘଣ୍ଟା ଆହତ ବ୍ୟକ୍ତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ଜଣେ ଫାଷ୍ଟ ଏଡର ବା ପ୍ରାଥମିକ ଚିକିତ୍ସା ବିଷୟରେ ଜ୍ଞାନ ଥିବା ବ୍ୟକ୍ତି ଆହତ ବ୍ୟକ୍ତିକୁ ଜୀବନ ବଞ୍ଚାଇ ଦେବଦୂତ ହୋଇପାରିବ । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ନିଜ ପରିବାର ପାଇଁ ତଥା ସମାଜ ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନ ଆହରଣ କରିବା ବୋଲି ପ୍ରାଥମିକ ଚିକିତ୍ସାର ଅଧ୍ୟାପକ ଡ. ବିକାଶ ପ୍ରସାଦ ଓ ଡ. ଲୋକନାଥ ସାହୁ ଭାରତୀୟ ରେଡ୍‌କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଜୁନିୟର ରେଡ୍‌କ୍ରସ୍ ରାଜ୍ୟ ସ୍ତରୀୟ ତାଲିମ ଶିବିରରେ ଯୋଗ ଦେଇ ସ୍ୱେଚ୍ଛାସେବୀଙ୍କ ଆଗରେ ମତବ୍ୟକ୍ତ କରିଥିଲେ । ନୀଳାଚଳ ପଲିଟେକ୍‌ନିକ୍ ଶିଖରଚଣ୍ଡୀ, ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଜୁନିଅର୍ ରେଡ୍‌କ୍ରସ୍ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିରର ତୃତୀୟ ଦିବସରେ ଡ. ବିକାଶ ପ୍ରସାଦ ଓ ଡ. ଲୋକନାଥ ସାହୁ ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ଡେମନ୍‌ଷ୍ଟ୍ରେସନ୍‌ ମାଧ୍ୟମରେ ବିଭିନ୍ନ ଜୀବନ ବଞ୍ଚାଇବାର କୌଶଳ ଯଥା ରକ୍ତସ୍ରାବ, ଅସ୍ଥିଭଗ୍ନ, ହୃଦ୍‌ଘାତ, ବ୍ରେନ୍‌ଷ୍ଟ୍ରୋକ୍‌, କୁକୁର କାମୁଡା, ସାପ କାମୁଡା, ବାସରୁଦ୍ଧ, ଅଂଶୁଘାତ, ଜ୍ୱର ଭଳି ପରିସ୍ଥିତିକୁ କିପରି ସମ୍ଭାଳି ଜୀବନ ବଞ୍ଚାଇ ପାରିବ ତାହା ବିଷୟରେ ବିସ୍ତୃତ ଭାବରେ ଆଲୋଚନା ଓ ଅଭ୍ୟାସ କରାଇଥିଲେ । ଏହି ତୃତୀୟ ଦିନରେ ସର୍ବ ପ୍ରଥମେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପତାକା ଉତ୍ତୋଳନ ହୋଇଥିଲା । ଭାରତୀୟ ରେଡ୍‌କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ବିଭୂତି ଭୂଷଣ ପଟ୍ଟନାୟକଙ୍କ ତତ୍ତ୍ୱାବାଧାନରେ ଏକ ପଞ୍ଚଦିବସୀୟ ରାଜ୍ୟସ୍ତରୀୟ କନିଷ୍ଠ ରେଡ୍‌କ୍ରସ୍‌ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରସ୍ଥିତ ନୀଳାଚଳ ପଲିଟେକ୍‌ନିକ୍ ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ଶାଖା ଜୁନିୟର ରେଡ଼୍‌କ୍ରସ୍‌ର ଅଫିସର୍ ଲକ୍ଷ୍ମଣ ସ୍ୱାଇଁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଯଜ୍ଞେଶ୍ୱର ପଣ୍ଡା, ଶ୍ରୀମତୀ ସ୍ନିଗ୍ଧା ସ୍ୱାଇଁ, ରବି ଚନ୍ଦ୍ର ପ୍ରସାୟତ, ସଞ୍ଜୀବ ଦାସ, ମୂରଲୀଧର ପରିଡ଼ା, ନାରାୟଣ ପାଇକରାୟ, ତୋଫାନ କୁମାର ରାଉତରାୟ, ରାମ ନାରାୟଣ ଦାଶ, ଶୁଭେନ୍ଦୁ ନାୟକ, ଶୁଭସ୍ମିତା ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.