ଆଦିବାସୀଙ୍କ ଦାବୀକୁ ନେଇ ନବୀନ ନିବାସରେ ଆଦିବାସୀ ନେତା ସତ୍ୟ ଭୋଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବୀନ ନିବାସରେ ଭି.କେ. ପାଣ୍ଡିଆନ ୫ଟି ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ରାଜ୍ୟର ଦାବୀ ତଥା ବଲାଙ୍ଗିର ଜିଲ୍ଲା ଦାବୀକୁ ଉପାସ୍ଥନା କରିଥିଲେ । ନଭେମ୍ବର ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ଦ୍ୱାରା ଗୃହିତ ରେଗୁଲେସନ ୨/୧୯୫୬ ଆଇନକୁ ପ୍ରତ୍ୟାହାର କରାଯାଉ କାରଣ ଏହି ଆଇନ ଲାଗୁ ହେଲେ ସରଳ ନିଷ୍ପାପ ଆଦିବାସୀ ଭୂମିହୀନ ହୋଇଯିବେ ଚଂଚକତା କମିବା ଲୋଭ ଦେଖେଇ, ଜମି ହଡପ କରିନେବେ, କଟକ ଜିଲ୍ଲା ବାଙ୍କି ଉପଖଣ୍ଡ ଅଭୟାରଣ୍ୟରେ ରହୁଥିବା ଆଦିବାସୀ ବାରଂଗ ବ୍ଲକ ଅଂଚଳର ଆଦିବାସୀମାନେ ଜଙ୍ଗଲ ଜମି ପଟ୍ଟା ପାଉନାହାନ୍ତି । ନୟାଗଡ ଜିଲ୍ଲା ଭାପୁର ବ୍ଲକ ଭାବା କଣ୍ଟିଲୋ ନିକଟସ୍ଥ ଶବରପଲ୍ଲୀରେ ବିଶ୍ୱାବସୁ ପିଠ ପୁନଃ ଉଦ୍ଧାର କରାଯାଉ । ରାଜ୍ୟରେ ଥିବା ସେବାଶ୍ରମ ଆଶ୍ରମ କନ୍ୟାଶ୍ରମ କଲେଜରେ ଶିକ୍ଷକ ଅଧ୍ୟାପକ ଖାଲି ପଡିଥିବା ପଦବୀ ପୁରଣ କରାଯାଉ ଏବଂ ଯେଉଁଠି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଛି ସେଠି ଯୁକ୍ତ ଦୁଇ ଏବଂ ଯେଉଁଠି ଯୁକ୍ତ ଦୁଇ ଅଛି ସେଠି ଯୁକ୍ତ ତିନି କଲେଜ କରାଯାଉ । ବଲାଙ୍ଗିରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ ହୋଇଛି କିନ୍ତୁ ଅନେକ ହଷ୍ଟେଲ କାର୍ଯ୍ୟକାରୀ କରାଯାଉନି ତାକୁ କାର୍ଯ୍ୟକାରୀ କରାଯାଉ । ରାଜ୍ୟର ନକଲି ଆଦିବାସୀ ହଟୁ ନାହାନ୍ତି କାରଣ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଉଦାସୀନତା ହେତୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟ ସନ୍ତୁଷ୍ଟ ଜଣକ ନୁହେଁ ଏଣୁ ତୁରନ୍ତ ଜିଲ୍ଲାରୁ ଅନ୍ୟତ୍ର ବଦଳି କରାଯାଉ । ବଲାଙ୍ଗିର ଜିଲ୍ଲାର ଗଣ୍ଡ, ସହରା, କନ୍ଧ, ବିଂଝାଲ ଦଳ, କନ୍ଧ କିସାନ ମୁଣ୍ଡା ଓରାମ ଆଦିବାସୀମାନେ କୋଣସି କାମରେ ଭୁବନେଶ୍ୱର ଆସିଲେ ରହିବା ପାଇଁ ଆଶ୍ରୟ ନ ଥିବାରୁ ହଇରାଣ ହରକତ ହେଉଛନ୍ତି । ଏଣୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଭବନ ନିର୍ମାଣ କଲେ ଜିଲ୍ଲାର ଆଦିବାସୀମାନେ ଉପକୃତ ହୁଅନ୍ତେ । ଏହି ଅଭିଯୋଗକୁ ଶୁଣିଲା ପରେ ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

jittmm
Leave A Reply

Your email address will not be published.