ଆମ୍ବେଦକର ଭବନ ଶିଳାନ୍ୟାସ କଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ମିଳିଥିବା ଅନୁଦାନରେ ଜିଲ୍ଲା ଦଳିତ ସମାଜର ଆମ୍ବେଦକର ଭବନ ସୋନପୁରରୋଡ ସ୍ଥିତ ବଲାଙ୍ଗିର କଲେଜ ସମ୍ମୁଖରେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କାଉନସିଲର ଶମ୍ଭୁ ନାଗଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ସତ୍ୟାନନ୍ଦ ସୁନା, ନଟରାଜ ନାଗ, ବିଜୟ ବାରିକ, ବାସୁଦେବ ମୁଗ୍ରୀ ତଥା ପୌର ପରିଷଦର ଅନ୍ୟାନ୍ୟ କାଉନସିଲରମାନେ ମଂଚାସିନ ଥିଲେ । ଆମ୍ବେଦକର ଭବନ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ । ଆଗାମୀ ଦିନରେ ଆହୁରି ଅଧିକ ଅନୁଦାନ ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂଦେଓ କହିଥିଲେ । ଜିଲ୍ଲା ଦଳିତ ସମାଜ ସହିତ ଆମେ ସବୁବେଳେ ରହିବୁ ବୋଲି ପୌରାଧ୍ୟକ୍ଷା କହିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥ ମୁଗ୍ରୀ, ପବିତ୍ର ନାଗ, ସୁଶିଲ ହରିପାଲ, ଦେବରାଜ ମହାନନ୍ଦ, ନେପାଳ ବାଗ, ଅର୍ଜୁନ ମୁଗ୍ରୀ, ସୁଶାନ୍ତ ମଲ୍ଲିକ, ଜ୍ୟୋତିଷ ମୁଗ୍ରୀ ଓ ଜନ୍ମ ବାରିକ ସମେତ ଶତାଧିକ ଆମ୍ବେଦକର ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.