ଦୁର୍ଗେଇଖୋଲ ଯାତ୍ରାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାଦଦେଶରେ ଅବସ୍ଥିତ ମା’ ଦୁର୍ଗେଇଦେବୀଙ୍କ ପୂଜା ମହୋତ୍ସବ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାଳନ କରାଯିବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ମନଭଙ୍ଗ ଠାରେ ଅନୁଷ୍ଠିତ ହୋଇଥିଲା ।
ମା’ ଦୁର୍ଗେଇଦେବୀ ପୂଜା ପରିଚାଳନା କମିଟିର ସଭାପତି ମଧୁସୂଦନ ପାଣ୍ଡେଙ୍କ ତତ୍ୱାବଧାନରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ-୧୯ ନିୟମକୁ ଅନୁପାଲନ କରି କିପରି ଭାବରେ ଉତ୍ସବ ପାଳନ ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ମା’ ଦୁର୍ଗେଇଦେବୀଙ୍କ ପୂଜା ମହୋତ୍ସବ ଆସନ୍ତା ତା ୩୦.୧୨.୨୦୨୦ ମାର୍ଗଶୀର ପୂର୍ଣ୍ଣିମା ଦିନ ଦେବୀଙ୍କ ପୂଜାର୍ଚ୍ଚନା କାର୍ୟ୍ୟକ୍ରମ ରହିଛି । ଏହି ପ୍ରସ୍ତୁତି ବୈଠକରେ ମନଭଙ୍ଗ, କୁରାଡ଼ିଫସା, ଲଉଡ଼ମଲ, ମୋତିପାଲି, ପତ୍ରାପାଲି, ପିପଲଖୁଣ୍ଟା, ମନବୋଧପାଲି, ଲୁକୁପାଲି ତଥା ବିଜୟନଗର ଗ୍ରାମର ଭକ୍ତବୃନ୍ଦ ଉପସ୍ଥିତ ଥିଲେ । ଏଥିରେ ପୂଜକ ନବୀନ ମଲ୍ଲିକ, ନକୁଳ ମଲ୍ଲିକ, ତ୍ରିନାଥ ମଲ୍ଲିକ ଓ ଡାଇମଣ୍ଡ ଭୋଇ, ଗୋପାଳ ଦାସ, ପୂର୍ଣ୍ଣ ଭୁଏ, କପୁରଚନ୍ଦ ଧରୁଆ, ହୀରଣ ମଲ୍ଲିକ, ଚିନ୍ତାମଣି ବଗାର, ରଣଜିତ ମଲ୍ଲିକ, ଅଲେଖ ଧରୁଆ, ଘନଶ୍ୟାମ ଭୋଇ ପ୍ରମୁଖ ଉପସ୍ଥିତ ରହି ଯାତ୍ରା କିଭଳି ସୁରୁଖୁରୁରେ ହେବ ସେ ନେଇ ଆଲୋଚନା କରିଥିଲେ । ପରିଶେଷରେ ସମ୍ପାଦକ ବେଣୁଧର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ସଭା ସାଙ୍ଗ କରିଥିଲେ ଏବଂ ଅଗାମୀ ପ୍ରସ୍ତୁତି ବୈଠକ ଆସନ୍ତା ତା୨୭.୧୨.୨୦୨୦ରିଖ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ।

Leave A Reply

Your email address will not be published.