ଗୁଳିଗୋଳା ଉତ୍ପାଦନରେ ଆତ୍ମନିର୍ଭରଶୀଳତା

  • ‘ବେଲ’ ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ ୫୩୩୬.୨୫ କୋଟି ଟଙ୍କା ଚୁକ୍ତି
  • ଭାରତ ଇଲେକ୍‌ଟ୍ରୋନିକ ଲିମିଟେଡ୍‌ (ବେଲ) ଭାରତୀୟ ସ୍ଥଳସେନାକୁ ୧୦ବର୍ଷ ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍‌ ଯୋଗାଇବ

ନୂଆଦିଲ୍ଲୀ, (ପିଆଇବି) : ପ୍ରତରିକ୍ଷା ମନ୍ତ୍ରଣାଳୟ ୨୦୨୩ ଡିସେମ୍ବର ୧୫ରେ ପୁଣେସ୍ଥିତ ଭାରତ ଇଲେକ୍‌ଟ୍ରୋନିକ ଲିମିଟେଡ୍‌ (ବେଲ) ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି । ଏହିଚୁକ୍ତି ଅନୁସାରେ ‘ବେଲ’କୁ ୫୩୩୬.୨୫ କୋଟି ଟଙ୍କା ଦେବ ଏବଂ ସମ୍ପୃକ୍ତ ସଂସ୍ଥା ଭାରତୀୟସେନା ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍‌ ଉତ୍ପାନ କରି ଯୋଗାଇବ । ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାକୁ ଯେଉଁ ଅଭିଯାନ ଚଳାଇଛି । ଏହି ଚୁକ୍ତିନାମା ତାହାର ଏକ ଅଂଶ ବିଶେଷ । ଆତ୍ମନିର୍ଭର ଭାରତ ଅଭିଯାନରେ ଭାରତୀୟ ଉଦ୍ୟୋଗ ଗୁଡିକ ଦେଶର ସୈନ୍ୟବାହନିୀ ପାଇଁ ଗୋଳାବାରୁଦ ଓ ଗୁଳିଗୋଳା ଉତ୍ପାଦନ କରିବେ । ଏହା କେନ୍ଦ୍ର ସରକାରଙ୍କରଏକ ପ୍ରୟାସ ଏବଂ ଏହି ଯୋଜନାରେ ‘ବେଲ ’ ୧୦ବର୍ଷ ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍‌ ସେନାକୁଯୋଗାଇ ଦେବ । ଏହି ପ୍ରୟାସ ଲକ୍ଷ୍ୟ ହେଲା ସ୍ୱଦେଶୀ ଉତ୍ପାଦନ ଦ୍ୱାରା ଦେଶର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ମହଜୁଦ ପରିମାଣ ବଢାଇ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଓ ସାମଗ୍ରୀର ଆମଦାନୀ ଉଲ୍ଲେଖନୀୟ ଭାବେ ହ୍ରାସ କରିବା । ଆହୁରି ମଧ୍ୟ କୌଣସି କାରଣରୁ ବାହ୍ୟ ଯୋଗାଣ ଶୃଙ୍ଖଳା ବ୍ୟାହତ ହେଲେ ତାହାର ପ୍ରଭାବ ଯେପରି ଦେଶର ପ୍ରତିରକ୍ଷା କ୍ଷେତ୍ରର ନ’ ପଡେ ସେଥି ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟାଧୁନିକ ଟେକ୍‌ନୋଲୋଜିର ବ୍ୟବହାର କରି ବିଭିନ୍ନ ସାମରିକ ଉପକରଣ ଯୋଗାଣ, ଗୁଳିଗୋଳା ଓ ଅନ୍ୟାନ୍ୟ ଅତି ଜରୁରୀ ସାମଗ୍ରୀ ଦେଶରେ ଉତ୍ପାଦନ କରି ତାହାର ମହଜୁଦ ବଢାଇବାକୁ ସରକାର ପ୍ରୟାସ କରୁଛନ୍ତି । ଇଲେକ୍‌ଟ୍ରୋନିକ ଫ୍ୟୁଜ୍‌ ଅତି ଓଜନିଆ ଓ ମଧ୍ୟମ ଧରଣର ତୋପ କମାଣରେ ବ୍ୟବହାର ହେଉଥିବା ଏକ ଅତ୍ୟନ୍ତ ଗୁୁୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ସାମରିକ ଅଭିଯାନ ବେଳେ ଓଜନଦାର ତୋପ ଓ କମାଣର ଗୁଳିଗୋଳା ବର୍ଷଣ ଦକ୍ଷତା ବଢାଇବା ପାଇଁ ଏହି ଇଲେକ୍‌ଟ୍ରୋନିକ ଫ୍ୟୁଜ୍‌ ମୁଖ୍ୟତଃ ବ୍ୟବହୃତ ହୋଇଥାଏ । ଆର୍ଟିଲାରୀ ଗନ୍ ବା ତୋପ ଗୁଡିକୁ ସେନା ପାହାଡ ପର୍ବତ ଘେରା ଅଞ୍ଚଳ, ବିଶେଷକରି ଦେଶର ଉତ୍ତର ସୀମାନ୍ତରେ ଅଧିକ ବ୍ୟବହାର କରିଥାଏ । ଏହା ଫ୍ଳସର ପାହାଡର ଅଧିକ ଉଚ୍ଚରେ ଏବଂ ଗିରିଶଙ୍କଟର ଅପରପାଶ୍ୱର୍ରେ ଥିବା ଶତ୍ରୁପକ୍ଷର ସୈନ୍ୟ ଓ ଶିବିର ଉପରେ ନିର୍ଭୁଲ ଭାବେ ପ୍ରଭାବଶାଳୀ ଢଙ୍ଗରେ ଗୁଳିଗୋଳା ମାଡ କରାଯାଇଥାଏ । ଏହି ଗୁଳିଗୋଳା ପ୍ରୟୋଗକାମକୁ ଅଧିକ ନିର୍ଭୁଲ ଓ ପ୍ରଭାବଶାଳୀ କରିବାକୁ ଆର୍ଟିଲାରୀ ଗନ୍ରେ ଇଲେକ୍‌ଟ୍ରୋନିକ ଫ୍ୟୁଜ୍‌ ବ୍ୟବହୃତ ହୋଇଥାଏ । ‘ବେଲ ’ ଏହି ଇଲେକ୍‌ଟ୍ରୋନିକ ଫ୍ୟୁଜ୍‌ ତାହାର ପୁଣେ କାରଖାନା ଏବଂ ନୂଆକରି ତିଆରି ହେଉଥିବାନାଗପୁର କାରଖାନାରୁ ଉତ୍ପାଦନ କରିବ । ପ୍ରତରିକ୍ଷା ମନ୍ତ୍ରଣାଳୟ ସହିତ ହୋଇଥିବା ଚୁକ୍ତି ଅନୁସାରେ ବେଲ୍‌ ଯେଉଁ ଉତ୍ପାଦନ କରିବ ସେଥିରେ ଏକ ଲକ୍ଷ ୫୦ହଜାର ଶ୍ରମ ଦିବସ ସୃଷ୍ଟିହେବ ଏବଂ ଉଭୟ ବୈଷୟିକ ଓ ଅଣବୈଷୟିକ ଲୋକଶକ୍ତି ଏଥିରେ ରୋଜଗାରସୁଯୋଗପାଇବେ । ଆହୁରି ମଧ୍ୟଭାରତୀୟ ଝରୋଇ ଉଦ୍ୟୋଗ, ବିଶେଷକରି ଏମ୍‌ଏସ୍‌ଏମଇ,ଯେ ଉଁମାନଙ୍କର ସାମରିକ ସାମଗ୍ରୀ ଉତ୍ପାଦନର ଅଭିଜ୍ଞତା ଓସୁବିଧା ରହଛିି । ସେମାନେ ମଧ୍ୟ ଏହିପ୍ରକଳ୍ପରେସାମିଲ ହୋଇଲାଭାନ୍ୱତ ହୋଇପାରିବେ । ଏହା ମଧ୍ୟ ଦେଶର ଗୁଳିଗୋଳା ଓ ଆୟୁଧ(ଆମୁନେନ୍ସ) ଉତ୍ପାଦନ ପରିବେଶକୁ ପ୍ରୋତ୍ସାହନ ଯୋଗାଇବ ।

Leave A Reply

Your email address will not be published.