‘ମାହେଶ୍ୱରୀ’ର ବାର୍ଷିକ ଅଧିବେଶନ ଅନୁଷ୍ଠିତ

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ‘ମାହେଶ୍ୱରୀ’ର ବାର୍ଷିକ ଅଧିବେଶନ ବିଭିନ୍ନ ଶାଖାକୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଗତ ଦିନର କାର୍ଯ୍ୟ ଓ ଆଗାମୀ ଦିନର କାର୍ଯ୍ୟ ପାଇଁ ଆଲୋଚନା ହୋଇଛି । ଏଥିରେ ମାହେଶ୍ୱରୀ ଉପଦେଷ୍ଟା ଦିନେଶ ଶର୍ମା, ବ୍ୟାସଦେବ ନନ୍ଦ, ଲଲିତ ସାହୁ, ଲୋଟସ ଷଡ଼ଙ୍ଗୀ, ସଭାପତି ଶୋଭନ ଅଗ୍ରୱାଲ ଓ ନିର୍ଦ୍ଦେଶକ ଅଙ୍କୁଶ କୁମାର୍ ପାଣ୍ଡିଆ ଓ କାର୍ୟ୍ୟକର୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥଲେ । ଅଧିବେଶନରେ ନିମନ୍ତ୍ରିତ ଅତିଥି ଭାବେ ହସ୍ପିଟାଲ ମ୍ୟାନେଜର ସୁଦୀପ ଦତ୍ତ ଓ ପ୍ରତ୍ୟୁଷ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଅଧିବେଶନରେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ଆଗଲପୁର ‘ମାହେଶ୍ଵରୀ’ ପାଇଁ ପ୍ରମୋଦ ସାହୁ, ସଭାପତି ଓ ଆଦିତ୍ୟ ମେହେର, ସଂଯୋଜକ ଭାବେ ଦାୟି‌ତ୍ୱ ଦିଆଯାଇଛି । କୁଡ଼ାସିଂହା ‘ମାହେଶ୍ଵରୀ’ ପାଇଁ ଚିତ୍ତରଞ୍ଜନ ପଧାନ, ସଭାପତି ଓ ମନୋରଂଜନ ଝାଙ୍କର, ସଂଯୋଜକ ଭାବେ, ଲୋଇସିଂହା ‘ମାହେଶ୍ଵରୀ’ ପାଇଁ ଦେବାଶିଷ ବିଶୋଇ, ସଭାପତି ଓ ସମୀର ପଧାନ, ସଂଯୋଜକ ଭାବେ ଏବଂ ମାହେଶ୍ଵରୀ ମହିଳା ଶାଖା ପାଇଁ ସୋନିଆ ବେଜ୍, ସଂଯୋଜିକା ଓ ପ୍ରିୟଙ୍କା ପଟ୍ଟନାୟକ, ସହ ସଂଜୋଜିକା ଭାବେ ଦାୟି‌ତ୍ୱ ନେଇଛ‌ନ୍ତି ।

Leave A Reply

Your email address will not be published.