csstore

ଓମ୍‌ ଶାନ୍ତି ଯୋଗ ପୀଠର ୧୯ତମ ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ସକାଳେ ନିୟମିତ ଯୋଗ ପରେ ଓମ୍‌ ଶାନ୍ତି ଯୋଗ ପୀଠର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ପ୍ରଥମେ ସଭାପତି ନାରାୟଣ ପାଢୀ ରାମଦେବ ବାବାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ସଭା କାର୍ଯ୍ୟକୁ ସଂପାଦକ ଚୁଡେନ୍ଦ୍ର କୁମାର ବେହେରା ପରିଚାଳନା କରିଥିଲେ । ତାଙ୍କ ଅଭିଭାଷଣରେ କହିଲେ ଯେ, ଏହି ଯୋଗ କେନ୍ଦ୍ର ପ୍ରଥମେ ୨୦୦୫ ମସିହାରେ ଏମ୍‌.ବି. ଧର୍ମଶାଳରେ ଆରମ୍ଭ ହୋଇଥିଲା ପରେ ୨୦୦୬ ମସିହାରୁ ରାଜେନ୍ଦ୍ର ପାର୍କଠାରେ ଏହି ଯୋଗ ପୀଠ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ନିୟମିତ ଯୋଗ ଶିକ୍ଷା ସମସ୍ତ ସଭ୍ୟମାନେ କରୁଛନ୍ତି । ଏହି ଯୋଗପୀଠ ୨୦୦୮ ମସିହାରେ ଜିଲ୍ଲା ପ୍ରଶାସନଙ୍କଠାରେ ରେଜିଷ୍ଟ୍ରେସନ ହୋଇଅଛି । କୋଷାଧ୍ୟକ୍ଷ ସତ୍ୟନାରାୟଣ ନାଏକ ଗତ ତିନି ମାସର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଏଥିରେ ଯୋଗଗୁରୁ ବିନୟ କୁମାର ମିଶ୍ର, ସଭ୍ୟ ତ୍ରିଲୋଚନ ଦାସ, ସାଜନ ଅଗ୍ରୱାଲ, ଦେବୀ ପ୍ରସାଦ ଅଗ୍ରୱାଲ, ସୁରେନ୍ଦ୍ର ନେଗୀ, ପ୍ରମୋଦ ଗୁରୁ, ଚନ୍ଦ୍ର ପ୍ରକାଶ ଅଗ୍ରୱାଲ, ଜଗଦିଶ ପ୍ରସାଦ ଅଗ୍ରୱାଲ, ସୁଦାମ ଅଗ୍ରୱାଲ, ସତ୍ୟାନନ୍ଦ ସାହୁ ଅଂଶଗ୍ରହଣ କରିଥିଲେ । ସହ ସଂପାଦକ ରୋହିତ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପାର୍କରେ ଉପସ୍ଥିତ ଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ସଭା କାର୍ଯ୍ୟକୁ ସାଂଗ କରାଯାଇଥିଲା ।

jayashree
Leave A Reply

Your email address will not be published.