oom

ସମ୍ବଲପୁର ୟୁନିଭର୍‌ସିଟିର ପୂର୍ବତନ କର୍ମଚାରୀ ସୁଧାଂଶୁ ପାଢ଼ୀଙ୍କ ଦେହାନ୍ତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାର୍କିଟ୍‌ ହାଉସ୍‌ ନିକଟସ୍ଥ ସାଲେପାଲି ନିବାସୀ ତଥା ସମ୍ବଲପୁର ୟୁନିଭର୍‌ସିଟିର ପୂର୍ବତନ କର୍ମଚାରୀ ସୁଧାଂଶୁ ପାଢ଼ୀଙ୍କ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । କରୋନା ଚିହ୍ନଟ ହେବା ପରେ ସେ ରାୟପୁର ଏମ୍‌ସ୍‌ରେ ଚିକିତ୍ସାଧୀନ ରହିଥିବା ବେଳେ ଗତ ୧୩ ତାରିଖ ସଂଧ୍ୟା ୭ଟା ସମୟରେ ତାଙ୍କ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ସମ୍ବଲପୁର ୟୁନିଭର୍‌ସିଟିର କର୍ମଚାରୀ ୟୁନିଅନ୍‌ରେ ସେ ସକ୍ରିୟ ସଦସ୍ୟ ରହିଥିବା ବେଳେ କର୍ମଚାରୀଙ୍କ ହକ୍‌ ପାଇଁ ସେ ସର୍ବଦା ଲଢେ଼ଇ କରି ଆସୁଥିଲେ । ତାଙ୍କ ଦେହାନ୍ତରେ ସମ୍ବଲପୁର ୟୁନିଭର୍‌ସିଟି କର୍ମଚାରୀ ଜଗତରେ ତଥା ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ କାମାକ୍ଷୀନଗର ୟୁପି ସ୍କୁଲରେ ତାଙ୍କ ଧର୍ମପତ୍ନୀ ରତ୍ନମଂଜରୀ ପ୍ରଧାନ ଶିକ୍ଷୟିତ୍ରୀ ରହିଛନ୍ତି । ତାଙ୍କ ବଡ଼ପୁଅ ଡ. ଅଭିଶେକ ପାଢ଼ୀ ରାୟପୁର ଏମ୍‌ସ୍‌ (ସିନିଅର୍‌ ରେସିଡେ଼ଣ୍ଟ୍‌) ରାୟପୁରରେ କାର୍ଯ୍ୟରତ ଅଛନ୍ତି । ଚେନ୍ନାଇ ସ୍ଥିତ ନେତ୍ରାଳୟରେ ତାଙ୍କ ବଡ଼ ବୋହୁ ଡ. ପ୍ରଜ୍ଞା ମିଶ୍ର ନିଯୁକ୍ତ ହୋଇ ସେବା ଯୋଗାଉଥିବା ବେଳେ ତାଙ୍କ ସାନପୁଅ ଅଂଶୁମାନ ପାଢ଼ୀ ମୁମ୍ବାଇ କାନାରା ବ୍ୟାଙ୍କରେ ସିନିଅର୍‌ ମ୍ୟାନେଜର୍‌ ରହିଛନ୍ତି । ପରିବାରବର୍ଗଙ୍କ ସମେତ୍‌ ସ୍ୱର୍ଗତ୍‌ ପାଢ଼ୀଙ୍କ ସାନ ବୋହୁ ଇଂ. ପ୍ରଜ୍ଞାଶ୍ରୀ ନାୟକ, ଝିଅ ପ୍ରିୟଦର୍ଶିନୀ ପାଢ଼ୀ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଭାଇ ହିମାଂଶୁ ଶେଖର ପାଢ଼ୀ(ନିମା), ଭାଇବୋହୁ ଅନୁପମା ପାଢ଼ୀ, ସୁପ୍ରିମ୍‌ କୋର୍ଟର ଆଇନଜୀବୀ ପୁତୁରା ଚନ୍ଦ୍ରଶେଖର ପାଢ଼ୀ ତାଙ୍କ ବିୟୋଗରେ ଦୁଃଖରେ ଭାଂଗି ପଡ଼ିଛନ୍ତି । ଗତକାଲି ୧୪ ତାରିଖ ସ୍ୱର୍ଗତ ପାଢ଼ୀଙ୍କ ଦୁଇ ପୁଅ ଓ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ଶବସକ୍ରାର ହୋଇଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.