ନିରାମୟ କେ‌ନ୍ଦ୍ରରେ ଦୁଇ ମାସର ଶିଶୁକୁ ଦିଆଗଲା ଏ‌କ୍ସପାଏରୀ ଔଷଧ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ଅସହାୟ ଲୋକ ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ଚିକିତ୍ସିତ ହେବା ପାଇଁ ବିଭିନ୍ନ ଯୋଜନା ମାନ କରିଛନ୍ତି । ନିରାମୟ ଯୋଜନାରେ ଲୋକେ ଚିକିତ୍ସିତ ହେଲେ ବିନାମୂଲ୍ୟରେ ଔଷଧ ପାଇପାରିବେ । ଔଷଧ ଖାଇବା ଦ୍ବାରା ଲୋକଙ୍କ ରୋଗ ଭଲ ହୋଇଥାଏ, ହେଲେ ନିରାମୟ କେନ୍ଦ୍ରରୁ ଔଷଧ ନେଇ ଖାଇବା ପରେ ଦେହ ଖରାପ ହେବା ଭଳି ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ । ନିରାମୟ କେନ୍ଦ୍ର ଦାୟିତ୍ବରେ ଥିବା କର୍ମଚାରୀ ଯଦି ଦାୟିତ୍ବହୀନ ହେବେ, ତେବେ ନିରାମୟ ପ୍ରତି ଥିବା ଲୋକଙ୍କ ଆସ୍ଥା ଓ ବିଶ୍ବାସ କେମିତି ରହିବ ରହିବ ବୋଲି ସାଧାରଣରେ ପ୍ରଶ୍‌ଶ୍ନ ୁଠୁଛି । ନିରାମୟ କେନ୍ଦ୍ର ଦାୟିତ୍ବରେ ଥୁବା ଅଧୁକାରୀଙ୍କୁ ଭୁଲ ଯୋଗୁଁ ସାଧାରଣ ଲୋକ ଅସୁବିଧା ଭୋଗୁଛନ୍ତି । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ କନ୍ଦାଗଡ ପଂଚାୟତ ଅନ୍ତର୍ଗତ କମଳାପଦର ଗାଁର ଗୋଟିଏ ପରିବାରର ଲୋକେ କରୋନା ଲକ୍ଷଣ ଅନୁଭବ ହେବାରୁ ସେମାନେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଡିସେମ୍ବର ୯ ତାରିଖ ଦିନ କୋଭିଡ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଇଲେ । ସେହି ପରିବାରର ସ୍ବାମୀ, ସ୍ତ୍ରୀ ଓ ତାଙ୍କ ଦୁଇ ମାସର ଶିଶୁ କରୋନା ପୋଜିଟିଭ ଚିହ୍ନଟ ହେଲେ । ତାଙ୍କୁ ସେଠାରେ ଥିବା ଡାକ୍ତର ଔଷଧ ଖାଇବାକୁ ପରାମର୍ଶ ଦେଲେ ଏବଂ ଲେôଖଦେଲେ । ସେ ପରିବାର ପଦ୍ମପୁର ସରକାରୀ ଡାକ୍ତରଖାନା ମଧ୍ୟରେ ଥିବା ନିରାମୟ କେନ୍ଦ୍ରରୁ ଔଷଧ ନେଲେ ଏବଂ ଖାଇଥିଲେ । ଦୁଇ ମାସସର ଶିଶୁକୁ ଦିଆଯାଇଥିବା ଦୁଇଗୋଟି ଔଷଧ ମଧ୍ୟରୁ ଗୋଟିଏ ଔଷଧ ଏକ୍ସପାରୀ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ଯାହାର ବୈଧତା ଅକ୍ଟୋବର ମାସ ୨୦୨୦ ମସିହାରେ ସମାପ୍ତ ହୋଇଥିଲା । ଏହି ଔଷଧ ଶିଶୁଟି ଖାଇବା ଦ୍ବାରା ଶିଶୁଟିର ଦେହ ଆହୁରି ଖରାପ ହୋଇଥିଲା ଏବଂ ଝାଡା ହୋଇଥିଲା । ଯେହେତୁ ସେମାନେ କରୋନା ପୋଜିଟିଭ ଚିହ୍ନଟ ହୋଇଥିଲେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ସେଠାକାର ଡାକ୍ତରଖାନା କର୍ମଚାରୀମାନେ ଯାଇଥିଲେ, ପରେ ଔଷଧ ଏକ୍ସପାରୀ ହୋଇଥିବା ଜାଣି ଉକ୍ତ ପରିବାର ଠାରୁ ସେହି ଏକ୍ସପାରୀ ଔଷଧ ନେଇଯାଇଥିଲେ ଏବଂ ସାନ୍ତ୍ୱନା ଦେବା ପରି ଏକ୍ସପାରୀ ସରିଲା ପରେ ମଧ୍ୟ ଛଅ ମାସ କାମ କରିଥାଏ ବୋଲି କହିଥିଲେ । ନିରାମୟ କେନ୍ଦ୍ର ଦାୟିତ୍ବରେ ଥିବା ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗୋଟିଏ ଶିଶୁର ଜୀବନ ଚାଲି ଯାଇଥାନ୍ତା । ଏ ବିଷୟରେ ଆମେ ପଦ୍ମପୁର ଏସଡିଏମଓଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଯୋଗାଯୋଗ ହୋଇପାରିନଥିଲା । ଏ ବିଷୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ପଚରାଯିବାରୁ ସେ ଏ ବିଷୟରେ ପଦ୍ମପୁର ଏସଡିଏମଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ ଓ ଏଥିରେ ସମ୍ପୃକ୍ତ ଥିବା କର୍ମଚାରୀ ଉପରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଏପରି କିଛି କର୍ମଚାରୀଙ୍କ ଖାମଖିଆଲି କାମ ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ପ୍ରତି ବିପଦ ଆସୁଛି ଏବଂ ସରକାରଙ୍କ ଲୋକ ଉପଯୋଗୀ ନିରାମୟ ଯୋଜନା ଉପରେ ଲୋକଙ୍କ ଭରସା ତୁଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.