oom

ଗନ୍ଧ୍‌ରେଲ୍‌ର ବିକାଶ ପାଇଁ ଅଣ୍ଟା ଭିଡିଲେ ନରସିଂହ : ପର୍ୟ୍ୟଟନ ସ୍ଥଳି ଭାବେ ହେବ ପରିକଳ୍ପନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ଉପାନ୍ତରେ ଥିବା ସଦର ବ୍ଲକ ସ୍ଥିତ ସଦେଇପାଲି ପଞ୍ଚୟତର ଗନ୍ଧ୍ରେଲ ଡ୍ୟାମ ଅଂଚଳ ଠୁ ନିରତାର ସେଣ୍ଟର ତଥା ସହରର କିଛି ଅଂଚଳ ପରିଦର୍ଶନରେ ଯାଇଥିଲେ । ଗନ୍ଧ୍‌ରେଲ୍ ଗାଁ ନିକଟରେ ଥିବା ଗନ୍ଧ୍‌ରେଲ୍ ମାଟି ବନ୍ଧର ଦୁଇଟି ପାଶ୍ୱର୍ରେ ସୁଦୃଶ୍ୟ ପାହାଡ ଜଙ୍ଗଲ ତଥା ପ୍ରାକୃତିକ ଜଳରାଶିକୁୁ ନେଇ ଆଗାମୀ ଦିନରେ ଏକ ପର୍ୟ୍ୟଟନ ସ୍ଥଳିର ସମ୍ଭାବନାକୁ ନେଇ ଏକ କାର୍ୟ୍ୟକ୍ରମ ହାତକୁ ନିଆ ଯାଇପାରିବ, ସେହି ଉପରେ ଅନୁଧ୍ୟାନ କରିବା ଥିଲା ଆଜିର ପରିଦର୍ଶନର ମୁଳ ଉଦ୍ଦେଶ୍ୟ । ସାଧାରଣତଃ ଗନ୍ଧ୍‌ରେଲ୍ ଡ୍ୟାମର ଥିବା ଜଳରାଶି ତଥା ଜଙ୍ଗଲି ପରିବେଶର ମଜା ନେବା ପାଇଁ ପ୍ରାୟତଃ ବାରମାସୀ ଏଠାକୁ ଲୋକେ ବଣଭୋଜି ତଥା ମନରଞ୍ଜନ ପାଇଁ ଆସିଥାନ୍ତି । ତେଣୁ କିଛି ବୁଦ୍ଧିଜୀବୀ ତଥା ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଶ୍ରୀ ମିଶ୍ର ଗନ୍ଧ୍‌ରେଲକୁ ପରିଦର୍ଶନରେ ଆସିଥିଲେ । ଏଠାରେ ସୁଚାଇ ଦିଆ ଯାଇପାରେ ଯେ, ଗନ୍ଧ୍‌ରେଲ୍ ଭଳି ବାଲାଙ୍ଗିର ସହର ମଧ୍ୟକୁ ଅନ୍ୟାନ୍ୟ ପ୍ରାକୃତିକ ନାଳାରେ ଜଳ ନିଷ୍କାସନ ହୋଇଥାଏ ଏବଂ ଲକ୍ଷ୍ମୀ ଜୋରର କିଛି ଅଂଚଳରେ ମଧ୍ୟ ଲୋକେ ଏହାର ପାଣିକୁ ବ୍ୟବହାର କରିଥାନ୍ତି । ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ଶ୍ରୀ ମିଶ୍ର କହିଥିଲେ ଯେ, ଆଗାମୀ ଦୁଇ ତିନି ଦିନରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଏହି ଅଂଚଳକୁ ଅନୁଧ୍ୟାନ ପାଇଁ ଆସିବେ । କିପରି ଏହିି ପ୍ରକଳ୍ପରେ ପ୍ରାକୃତିକ ଭାବେ ଅଧିକ ଜଳ ସଂରକ୍ଷଣ ହୋଇପାରିବ, ପର୍ୟ୍ୟଟନ ସ୍ଥଳିର ବିକାଶ ପାଇଁ କେଉଁ କେଉଁ ଜାଗାରେ ଜଙ୍ଗଲ ଜମି ବ୍ୟତୀତ ମନୋରଞ୍ଜନ ଧର୍ମୀ ପାର୍କ ତିଆରି ହୋଇପାରିବ, କେଉଁ ଉପୟରେ ସ୍ଥାନୀୟ ଲୋକେ ଏସବୁ ପ୍ରକଳ୍‌ଳ୍ପରୁ ରୋଜଗାରକ୍ଷମ ହୋଇପାରିବେ ତଥା ପ୍ରକଲ୍ପରୁ କେମିତି ଅଧିକ ଲାଭାନ୍ୱିତ ହେବେ ସେସବୁ ଦିଗକୁ ନେଇ ସବିଶେଷ ଆଲୋଚନା ହେବ । ତେଣୁ ଆଗାମୀ ପରିଦର୍ଶନରେ ବିଭାଗୀୟ ଅଧିକାରୀଙ୍କ ସହ ଗ୍ରାମବାସୀଙ୍କୁ ମଧ୍ୟ ସାମିଲ ହେବାକୁ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ପରେ ପରେ ଗନ୍ଧ୍‌ରେଲ୍ ଗାଁର ମହିଳା ମାନଙ୍କ ସହ ବିଧାୟକ ଶ୍ରୀ ମିଶ୍ରଙ୍କ ଆଲୋଚନା ହୋଇଥିଲା । ପ୍ରତିଶୃତି ମୁତାବକ ଗାଁକୁ ପାନୀୟ ଜଳ, କମ୍ୟୁନିଟି ସେଣ୍ଟର ଓ ଗାଧୋଇବା ପାଇଁ ବ୍ୟବସ୍‌ସ୍ଥା କରଯିବ ବୋଲି ସେ କହିଥିଲେ । ସେଠାରୁ ବଲାଙ୍ଗିର ୨୧ ନଂ ୱାର୍ଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ନେସନାଲ ଇନ୍ଟିସ୍ଟିଟ୍ୟୁଟ ଅଫ ଟ୍ରେନିଂ ଏଣ୍ଡ ରିସର୍ଚ ( ନିରତାର)କୁ ଯାଇଥିଲେ । ଏଠାରେ ସୁଚନା ଯୋଗ୍ୟ ଯେ, ଦିନେ ପୁର୍ବରୁ ନିରତାର ସେଣ୍ଟରର ମୁଖ୍ୟ ନିରତାର ପାଇଁ ଆବଶ୍ୟୟ ହେଉଥିବା ଅଧିକ ଦୁଇ ତିନି ଏକର ଜମି ବନ୍ଦୋବସ୍ଥ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କଠୁ ନିରତାର ସେଣ୍ଟର ସଂଲଗ୍ନ ଖାଲି ଥିବା ଜମି ବାବଦରେ ପଚାରି ବୁଝôଥଲେ ଏବଂ ପରେ ବିଭିଗୀୟ ମୁଖ୍ୟଙ୍କ ସହ ଫୋନ ମାଧ୍ୟମରେ କଥା ହୋଇ ସମାଧାନର ରାସ୍ତା ନିଶ୍ଚୟ ବାହାର କରାଯିବ ବୋଲି କଥା ଦେଇଥିଲେ । ପରେ ତେଲିଗୋଠପଡା ଓ ମହାଲକ୍ଷ୍ମୀ ନଗରରେ ତିନୋଟି ନୁତନ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ନିର୍ମାଣାଧୀନ ରାସ୍ତାର କାର୍ୟ୍ୟ ତଦାରଖ କରିଥିଲେ । ତା ଛଡା ଦେଢ ବର୍ଷ ପୁର୍ବରୁ ପୁର୍ତ୍ତବିଭାଗ ଦ୍ୱାରା ନିର୍ମିତ ଏକ ରାସ୍ତାର ଅବସ୍ଥା ଦେଖି ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏସମସ୍ତ କାର୍ୟ୍ୟକ୍ରମରେ ବିଧାୟକଙ୍କ ସହ ଫକିର ମୋହନ ଥାଟି, ମନ୍ନୁ ଖାନ, ପ୍ରଶାନ୍ତ ପ୍ରଧାନ, ଆଶିଷ ବାଗ, ପ୍ରତାପ ବାଗ, ବିଷ୍ଣୁ ମହାକୁର ଓ ଫିରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.