ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ ମୋ ସ୍କୁଲ ଅଭିଯାନ କର୍ମଶାଳା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ପାତ୍ର, ମୁଖ୍ୟ ଅତିଥି ଭାବେ ଭୋଗରାଇ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗିରଥ ଗିରି, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମହିର କୁମାର ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି ସୁବାଷ ଚନ୍ଦ, ଭୋଗରାଇ ଓସ୍ତା ସଂପାଦକ ପ୍ରଶାନ୍ତ ମହାନ୍ତି, ମାଧ୍ୟମିକ ଶିକ୍ଷକ ସଂଘର ସଂପାଦକ ନରେନ୍ଦ୍ର ସିଂ, ଭୋଗରାଇ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ବଂଶୀଧର ମାଝୀ, କୁଶୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଗୋପାଳ ଚନ୍ଦ୍ର ସେଠୀ, ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା, ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ସେଠୀ, ସମାଜସେବୀ ଗଜାନନ ମହାପାତ୍ର ଯୋଗଦେଇ ଅଭିଯାନର ବିଭିନ୍ନ ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପଦୋନ୍ନତି ପାଇଥିବା ପ୍ରଧାନ ଶିକ୍ଷକ ଅଜିତ ଦେ ଏବଂ ପ୍ରଧାନଶିକ୍ଷକ ବରେନ୍ଦ୍ର ନାଥ ଗିରିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅଶୋକ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧୀନରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ବରିଷ୍ଠ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ କାର୍ୟ୍ୟକ୍ରମରେ ଯୋଗଦାନ କରିଥିଲେ ।