jayashree

କଥା ଦେଇ କଥା ରଖିଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ : ଅସ୍ତ୍ରୋପଚାର ପରେ ବଲାଙ୍ଗିର ଫେରିଲେ ସୁମନ୍ତ, ପୁଣି ତାଙ୍କ ମୁହଁରେ ଫୁଟିଲା ହସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଦେଷଣ୍ଡ ଗ୍ରା.ପ. ଭାଲୁକୁନ୍ଦ ଗାଁ ନିବାସୀ ସୁମନ୍ତ ସାହୁ(୩୪) କର୍କଟ ରୋଗରେ ଆକ୍ରନ୍ତ ହୋଇଥିବା ବେଳେ ସେ ପ୍ରଥମେ ବଲାଙ୍ଗିର ହସ୍ପିଟାଲରେ ଦେଖେଇଥିଲେ । ତାଙ୍କୁ ବଲାଙ୍ଗିରରୁ ବୁର୍ଲା ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର କଟକ ଏସିବି ହସ୍ପିଟାଲକୁ ଯାଇ ତାଙ୍କ ହାତ କାଟିବାକୁ କହିଥିଲେ । କିନ୍ତୁ ସେ ଦିନ ମଜୁରୀ କାମ କରି ପରିବାର ଚଳାଉଥିଲେ ଓ ସେ ଦୀର୍ଘ ଦିନ ହେଲା ରୋଗରେ ଆକ୍ରାନ୍ତ ହେଲା ପରେ କାମ କରି ପାରୁ ନଥିବାରୁ ଆର୍ଥିକ ଆଭାବ ହେତୁ ଉଚ୍ଚ ଚିକି‌ତ୍ସା ପାଇଁ ସକ୍ଷମ ହୋଇ ପାରିନଥିଲେ । ବହୁ କଷ୍ଟ ପାଉଥିଲେ ଏବଂ ଅର୍ଥ ଅଭାବରୁ କଟକ ନ ଯାଇ ଘରେ ରହିଥିଲେ । ଏହି ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସ ତାଙ୍କୁ କଟକ ପଠାଇଥିଲେ । ସେଠାରେ ବିଙ୍ଗ ହ୍ୟୁମାନ କଟକର ସମସ୍ତ ସଦସ୍ୟ, ଅଭି ମଉସା, ଶିବୁ ଭାଇ, ହେଲ୍ପ ହ୍ୟୁମାନିଟି ଅନୁଷ୍ଠାନର ଅକ୍ଲାନ୍ତ ପ୍ରଚେଷ୍ଟାରେ ତାଙ୍କ ଅସ୍ତ୍ରୋପଚରା ପରେ ବଲାଙ୍ଗିର ଫେରିଛନ୍ତି ସୁମନ୍ତ । ଅସହାୟ ମୁହଁ ରେ ହସ ଫୁଟେଇବା ପାଇଁ ସଂକଳ୍ପବଦ୍ଧ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍‌କୁ ସବୁ ମହଲରେ ଶୁଭେ‌ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.