oom

ଜୋର୍‌ଦାର୍ ‘ଭାରତ ବନ୍ଦ’ : ମୋଦୀ ସରକାରଙ୍କ ନୂଆ କୃଷି ଆଇନକୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ

jsmm

ଭୁବ‌ନେଶ୍ୱର, (ସୁଶା‌ନ୍ତ ସାହୁ) : ମୋଦୀ ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ ପ୍ରଦର୍ଶନ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦକୁ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ସମାଜବାଦୀ ପାର୍ଟି, ବାମଦଳ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆସାମ ଗଣ ପରିଷଦ, ତେଲେଙ୍ଗାନା ରାଷ୍ଟ୍ର ସମିତି, ଆମ୍‌ ଆଦ୍‌ମି ପାର୍ଟି, ଶିବସେନା ପ୍ରମୁଖ ରାଜନୈତିକ ଦଳମାନେ ସମର୍ଥନ ଘୋଷଣା କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ‘ଭାରତ ବନ୍ଦ’ର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀ ଦଳ ମାନଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଏଥିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ ଜାରି ରହିଥିବା ସୂଚନାରେ କୁହାଯାଇଛି ।

ଭୁବନେଶ୍ୱର ରେଳ ଷ୍ଟେସନରେ ଜୋର୍‌ଦାର୍‌ ବନ୍ଦ ପାଳନ ଚାଲିଛି । ଷ୍ଟେସନରେ ବହୁ ଦୂରଗାମୀ ଟ୍ରେନ୍‌ଗୁଡ଼ିକ ଅଟକି ରହିଥିବା କୁହାଯାଇଛି । ବିଭି‌ନ୍ନ ରାଜପଥରେ ବହୁ ସଂଖ୍ୟାରେ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.