oom

କିଶାନ ଆନ୍ଦୋଳନକୁ କୋଶଳ ଆନ୍ଦୋଳନର ନୈତିକ ସମର୍ଥନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଦେଶରେ ନୂତନ କୃଷି ଆଇନକୁ ନେଇ କିଶାନ ଆନ୍ଦୋଳନ ଜାରି ରହିଛି । କୋଶଳାଂଚଳର ଚାଷୀମାନେ ଯେଉଁ ଭଳି ଭାବରେ ମଣ୍ଡିରେ ଦଲାଲମାନଙ୍କ ଦ୍ୱାରା ହନ୍ତସନ୍ତ ହେଉଛି, କଟ୍‌ନି-ଛଟ୍‌ନି ବ୍ୟବସ୍ଥା ଦ୍ୱାରା ନିର୍ଯାତନାର ଶିକାର ହେଉଛନ୍ତି, ତାର ପ୍ରତିବାଦରେ ଏହି କୃଷକ ଆନ୍ଦୋଳନକୁ କୋଶଳ ଆନ୍ଦୋଳନର ନୈତିକ ସମର୍ଥନ ରହିବ ବୋଲି କୋଶଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, କୋଶଳାଂଚଳର ଦୁଇ କୋଟି ଜନସାଧାରଣଙ୍କ ମୁକ୍ତି ପାଇଁ ଲଢେ଼ଇ କରୁଥିବା କୋଶଳ ରାଜ୍ୟ ସମନ୍ୱୟ ସମିତି ସଦାସର୍ବଦା କୋଶଳାଂଚଳର ଚାଷୀ ଆନ୍ଦୋଳନକୁ ସକ୍ରିୟ ସହଯୋଗ କରି ଆସିଛି । ଆଗାମୀ କାଲି ଅର୍ଥାତ ଡିସେମ୍ବର ୮ ତାରିଖ କୃଷକ ସଂଗଠନମାନେ ଦେଇଥିବା ଭାରତ ବନ୍ଦ ଡାକରାକୁ କୋଶଳାଂଚଳର ଚାଷୀ ସଂଗଠନମାନେ ସହଯୋଗ କରୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଏହି ଭାରତ ବନ୍ଦକୁ ସମର୍ଥନ କରୁଛନ୍ତି । ତେବେ ଏହି କ୍ରମରେ ଚାଷୀମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ରାଜନୀତିର ଉଦ୍ଧ୍ୱର୍ରେ ରହି କୋଶଲ ରାଜ୍ୟ ସମନ୍ୱୟ ସମିତି ମଧ୍ୟ ଏହି ଚାଷୀ ମହା ଆନ୍ଦୋଳନକୁ ସକ୍ରିୟ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିବା ସହ ତାର ଜିଲ୍ଲା ଶାଖାମାନଙ୍କୁ ବନ୍ଦ ପାଳନରେ ସକ୍ରିୟ ସହଯୋଗ ପାଇଁ ପରାମର୍ଶ ଦେଇଥିବା କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.