jayashree

ମୋ ସ୍କୁଲ ଅଭିଯାନ ସମ୍ପର୍କିତ ପଦଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ “ମୋ ସ୍କୁଲ ଅଭିଯାନ” ସମ୍ପର୍କିତ ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଆଞ୍ଚଳିକ ଶିକ୍ଷା ବିକାଶ କମିଟି ରେଙ୍ଗାଲି ଗ୍ରା.ପ. ଦ୍ୱାରା ଆୟୋଜିତ ଏହି ପଦଯାତ୍ରାକୁ କମିଟିର ସଭାପତି ଉଦୟ ସିଂଠାକୁର ରେଙ୍ଗାଲି ଗ୍ରାମରେ ଶୁଭାରମ୍ଭ କରିଥିଲେ । କମିଟିର ସଦସ୍ୟ ଗଣ ତଥା ରେଙ୍ଗାଲି ଗ୍ରାମବାସୀ ପ୍ରଥମେ ରେଙ୍ଗାଲି ଗ୍ରାମ ପରିଭ୍ରମଣ କରିବା ସହିତ ସମସ୍ତ ଗ୍ରାମବାସୀ, ବଦାନ୍ୟ ବ୍ୟକ୍ତି ତଥା ପୁରାତନ ଛାତ୍ର ଛାତ୍ରୀଙ୍କୁ “ମୋ ସ୍କୁଲ ଅଭିଯାନ”ରେ ସାମିଲ ହୋଇ ନିଜ ଗ୍ରାମର ବିଦ୍ୟାଳୟକୁ ସହଯୋଗର ହାତ ବଢାଇ ଶିକ୍ଷାର ଉନ୍ନତି ରେ ଭାଗିଦାର ହେବାକୁ ସଚେତନ କରାଯାଇଥିଲା । ଏହାପରେ ବାଗଡୁଙ୍ଗୁରି , ଅନ୍ତପାଲି, ପୋଡ଼ମୁଣ୍ଡ, କୁମିଆପାଲି, କପିଳବାହାଲ ଏବଂ ବୁଡାବାହଲ ରେ ପଦଯାତ୍ରା କରିବା ସହିତ ସମ୍ପୃକ୍ତ ଗ୍ରାମର ଗ୍ରାମବାସୀ, ବଦାନ୍ୟ ବ୍ୟକ୍ତି ତଥା ପୁରାତନ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ପଦଯାତ୍ରା ସହିତ ସମସ୍ତ ଗ୍ରାମରେ ବୈଠକମାନ କରାଯାଇଥିଲା । ଉକ୍ତ ବୈଠକରେ ଉପସ୍ଥିତ ଗ୍ରାମବାସୀଙ୍କୁ ମୋ ସ୍କୁଲ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ଲୋଇସିଂହା ଙ୍କ ପ୍ରତିନିଧି ଭାବରେ ଏହି କାର୍ୟ୍ୟକ୍ରମ ଗୁଡିକରେ ଯୋଗଦେଇଥିବା ରାଜେଶ ମିଶ୍ର, ଗ.ଶ . ଡୁଙ୍ଗୁରିପାଲି ସି.ଆର.ସି.ସି ଯାଦବ ନାଏକ, ରେଙ୍ଗାଲି ସି.ଆର.ସି.ସିସନତ ମିଶ୍ର, କୁସମେଲ ସି.ଆର.ସି.ସି ସୁଦାମ ପଧାନ, କମିଟି ସଭାପତି ଉଦୟ ସିଂ ଠାକୁର, ସମ୍ପାଦକ ହୃଷିକେଶ ସାହୁ, ଶିକ୍ଷକ ଦୀନମିତ୍ର ନାଗ ପ୍ରମୁଖ ମୋ ସ୍କୁଲ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଆମେ ଯଦି ଆମ ଗ୍ରାମର ବିଦ୍ୟାଳୟ ଗୁଡିକର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା ର ଉନ୍ନତି ନିମନ୍ତେ କିଛି ସହଯୋଗର ହାତ ବଢାଇବା ତେବେ ସରକାର ତାର ଦୁଇଗୁଣ ସହଯୋଗ କରିବେ, ଏଣୁ ଆମେ ଏହି ଯୋଜନାରଲାଭ ଉଠାଇବା ସହିତ ଆମ ବିଦ୍ୟାଳୟ ଗୁଡିକର ସାମୁହିକ ଉନ୍ନତି କରିପାରିବା । ଏହି ଅବସରରେ ଆଞ୍ଚଳିକ ଶିକ୍ଷା ବିକାଶ କମିଟି ରେଙ୍ଗାଲି ତରଫରୁ ସମସ୍ତ ଗ୍ରାମର ଗ୍ରାମ୍ୟ କମିଟିକୁ ଲିଖିତ ଅନୁରୋଧ କରାଯାଇଥିଲା କି, ସେମାନେ ଚଉଦ ବର୍ଷ ପର୍ୟ୍ୟନ୍ତ ସମସ୍ତ ଶିଶୁଙ୍କୁ ବିଦ୍ୟାଳୟ କୁ ପଠାନ୍ତୁ, କାହାରିକୁ ମଧ୍ୟ ଶିକ୍ଷା ଅଧିକାରରୁ ବଂଚିତ ହେବାକୁ ନ ଦେବା, ଅର୍ଥାଭାବରୁ ଯେମିତି କେହି ଉଚ୍ଚ ଶିକ୍ଷାରୁ ବଞ୍ଚିତ ନ ହେବେ ସେ ଦିଗରେ ଦୃଷ୍ଟି ଦେବା ଓ କମିଟିର ଦୃଷ୍ଟି ଆକର୍ଷଣ କରିବା, ମୋ ସ୍କୁଲ ଅଭିଯାନରେ ସାମିଲ ହେବା ଆଦି ଏବଂ ଆଜିର ଅନଲାଇନ ଶିକ୍ଷା ସମୟରେ ମୋବାଇଲ ର ବ୍ୟବହାର ଓ ଅପବ୍ୟବହାର ଉପରେ ଗ୍ରାମ ସ୍ତରରେ ସଚେତନ ସୃଷ୍ଟି କରିବା । ଏହି ପଦଯାତ୍ରାରେ ଶିକ୍ଷା କମିଟିର ସଭ୍ୟ , ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ କେଶ ବଗର୍ତ୍ତୀ, ନିମାଇଁ ପାତ୍ର, ନେହେରୁ ପାତ୍ର, ସୀତାରାମ ଭୋଇ, ସନ୍ତୋଷ ବାରିକ, ପ୍ରିତମ ରଞ୍ଜନ ନାଗ, ଭାସ୍କର ସାହୁ, ଅଭି ମେହେର, ଶିବ ପ୍ରସାଦ ସା, ଗିରିଶ ପାତ୍ର, ଚକ୍ର ବାରିକ, ଭକ୍ତ ବରିହା, ଧନୁ ବେହେରା, ମୁରଲୀ ମେହେର, ଯୁଗଳ କିଶୋର ସାହୁ, ଯୁବରାଜ ଗଡ଼ତ୍ୟା ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.