csstore

ସଇଁତଲାର ନିଉ ମାର୍କେଟରେ ସାବିତ୍ରୀ ବ୍ରତ ପାଳିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ସମସ୍ତ ଗ୍ରାମାଞ୍ଚଳଗୁଡିକରେ ବେଶ ଉତ୍ସାହ ଉଦ୍ଦୀପନା ସହ ସାବିତ୍ରୀ ବ୍ରତ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସଇଁତଲାର ନିଉ ମାର୍କେଟପଡାଠାରେ ସଧବା ନାରୀମାନେ ନିର୍ଜଳା ଉପବାସ କରି ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଏହି ବ୍ରତ ପାଇଁ ସକାଳୁ ସମସ୍ତ ସଧବା ନାରୀମାନେ ବଡି ଭୋରରୁ ଉଠି ପୂଜାର ପ୍ରସ୍ତୁତି ପାଇଁ ଲାଗି ପଡିଥିଲେ । ଏଥିରେ ୨୧ ପ୍ରକାରର ଫଳ ସହ ବିଭିନ୍ନ ପୂଜା ସାମଗ୍ରୀ ଧରି ତୁଳସୀ ଚଉଁରାମୂଳେ ପୂଜା ପାଇଁ ଏକତ୍ରିତ ହୋଇଥିଲେ । ଉକ୍ତ ପୂଜାକୁ ପଣ୍ଡିତ ରବୀନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ କର୍ତ୍ତା ଭାବରେ ସରିତା ଭୋଇ ପୂଜାର୍ଚ୍ଚନା କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ପୂଜା ଦିନ ୧୨ଟାରୁ ଆରମ୍ଭ ହୋଇ ଅପରାହ୍ଣ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ବିଧିବଦ୍ଧ ଭାବେ ପୂଜା କାର୍ଯ୍ୟ ସମ୍ପନ୍ନ କରି ମହିଳାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ପୂଜାରେ ସୂର୍ଯ୍ୟକାନ୍ତି ସେଲମା, ଶକୁନ୍ତଳା ନାଗ, ଜ୍ୟୋତି ମୋଦି, ଲଭଲି ବେହେରା, ପୂଜା ମହୋତୋ, ସୁବ୍ରାତା ମହୋତୋ, ସ୍ୱିଟି ଯାନୀ, ସୁଜାତା ସାହୁ, ଲିପି ସାହୁ, ଟିଲୋତମା ମହାନ୍ତି, କମଳିନୀ ମହାନ୍ତି, ମିତାରାଣୀ ସାହୁଙ୍କ ସମେତ ବହୁ ମହିଳାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.