oom

ଏଆଇକେକେଏମ୍‌ଏସ୍‌ ପକ୍ଷରୁ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆୟୋଜିତ ହେଲା ପଥପ୍ରାନ୍ତ ସଭା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷକ ବିରୋଧୀ ଏବଂ ଜନ ବିରୋଧୀ ତିନୋଟି କୃଷି ଆଇନ-ପ୍ରାଇଭେଟ୍‌ ମଣ୍ଡି ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ, କୃଷି ଆଇନ-୨୦୨୦କୁ ବାତିଲ କରିବା ଦାବୀରେ ପଞ୍ଜାବ, ହରିୟାନା ଠାରୁ ଆରମ୍ଭ କରି ସାରା ଭାରତ ବର୍ଷରେ ଯେଉଁ ଶକ୍ତିଶାଳୀ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି, ତାର ସମର୍ଥନରେ ଏଆଇକେକେଏମ୍‌ଏସ୍‌ ବଲାଙ୍ଗିର ଶାଖା ତରଫରୁ ଆଜି ଏକ ପଥପ୍ରାନ୍ତ ସଭା ରାଜେନ୍ଦ୍ର କଲେଜ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷକର ଚାଷଜମି ଓ କୃଷିଜାତ ଦ୍ରବ୍ୟକୁ ବଡ ବଡ କର୍ପୋରେଟ, ପୁଞ୍ଜିପତି ଏବଂ ଧନୀ ବ୍ୟବସାୟୀଙ୍କ ହାତରେ ଟେକି ଦେବା ପାଇଁ ଅଣାଯାଇଥିବା ଏହି ଆଇନ ବିରୁଦ୍ଧରେ ବିଶେଷ କରି ପଞ୍ଜାବ, ହରିୟାନା ଓ ୟୁପିର ଚାଷୀମାନେ ଦିଲ୍ଲୀରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଲଢେଇ ଚଳେଇ ରଖିଛନ୍ତି, ତାହାକୁ ସାରା ଭାରତ ବର୍ଷର ଅଦ୍ଭୁତପୂର୍ବ ଜନ ସମର୍ଥନ ମିଳୁଛି । ଏହି କ୍ରମରେ ଏଆଇକେକେଏମ୍‌ଏସ୍‌ ତରଫରୁ ମଧ୍ୟ ଆଇନକୁ ପ୍ରତ୍ୟାହାର କରିବା ପାଇଁ ଆନ୍ଦୋଳନ ସଙ୍ଗଠିତ କରାଯାଇଛି । ସଂଗଠନ ତରଫରୁ ପ୍ରକାଶ ଯେ, ଭାରତ ଭଳି ଏକ କୃଷି ପ୍ରଧାନ ଦେଶରେ କର୍ପୋରେଟ୍‌ ସଂସ୍ଥା ଏବଂ କମ୍ପାନୀମାନଙ୍କୁ ମୁନାଫା ଦେବା ଉଦ୍ଦେଶ୍ୟରେ ଦେଶରେ ଏହି ଆଇନ ଅଣାଯାଇଛି । ଏହା ଦ୍ୱାରା ଚାଷୀ ତାର ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୁଲ୍ୟ ପାଇ ପାରିବ ନାହିଁ ଏବଂ କୃଷି କ୍ଷେତ୍ରରେ ଘରୋଇ କମ୍ପାନୀର ଅନୁପ୍ରବେଶ ଯୋଗୁଁ କୃଷକମାନେ ନିଜର ଜୀବିକା ହରାଇବେ । ଫଳ ସ୍ୱରୂପ ବଜାରରେ ଉପଲବ୍ଧ କୃଷି ସାମଗ୍ରୀର ମଧ୍ୟ ଆକାଶଛୁଆଁ ଦରଦାମ ବୃଦ୍ଧି ହେବ । ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମରେ ଲଗାମ ରହିବ ନାହିଁ । ଏହା ମୁନାଫାଖୋର୍‌ ମହଜୁଦକାରୀମାନଙ୍କୁ ଜନସାଧାରଣଙ୍କୁ ଶୋଷଣ କରିବାରେ ସହାୟକ ହେବ । ତେଣୁ ଏହି ଆଇନକୁ ବାତିଲ କରିବା ଦାବୀରେ ସମସ୍ତ ସ୍ତରର ଜନସାଧାରଣ ଆଗେଇ ଆସିବା ପାଇଁ ଏବଂ କୃଷକ ଆନ୍ଦୋଳନକୁ ସମର୍ଥନ କରିବାକୁ ସଂଗଠନ ତରଫରୁ ଆହ୍ୱାନ କରାଯାଇଛି । ଆଜିର ପଥପ୍ରାନ୍ତ ସଭାର ନେତୃତ୍ୱ ନେଇଥିଲେ ସୁନିଲ ଭୋଇ ଏବଂ ରାଜେନ୍ଦ୍ର ରଣା, ବିକାଶ ଜେନା, ଅନନ୍ତ ରଣା, ସଂଗ୍ରାମ ପଧାନ, ଯୋଗେଶ୍ୱର ରଣା, ରିତିକ ମେହେର, ଗୋ÷÷ରୀ ରାଉତ ପ୍ରମୁଖ ସଭାରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.