jayashree

ଉଦ୍ୟାନ କୃଷି ଦ୍ୱାରା ଘରେ ଘରେ ପୁଷ୍ଟି ପ୍ରୟାସରେ ଯୋଗଦେଲେ ନରସିଂହ

  • ଯୋଜନା ଠିକ୍‌ କିନ୍ତୁ କାର୍ଯ୍ୟକାରିତା ଉପରେ ପ୍ରଶ୍ନ କଲେ ନରସିଂହ
  • ବିଭାଗ ପକ୍ଷରୁ ସରକାରୀ ଶିତଳ ଭଣ୍ଡାର ପାଇଁ ଯାଉ ପ୍ରସ୍ତାବ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଜିଲ୍ଲା ଉଦ୍ୟାନ କୃଷି ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ଘରେ ଘରେ ପୁଷ୍ଟି ପ୍ରୟାସ ରଥର ଆଜି ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ୟୁପି ସ୍କୁଲ ପ୍ରାଙ୍ଗଣରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଦ୍ୱାରା ସ୍ଥାନୀୟ ମହିଳାମାନଙ୍କୁ ମାନ୍ୟବର ବିଧାୟକଙ୍କ ହାତରେ ବିଭିନ୍ନ ପ୍ରକାର ପୁଷ୍ଟିକାରକ ଚାରା ଏବଂ ବିହନ ପ୍ରଦାନ କରାଯାଇଥିଲା । ସରକାରଙ୍କ ପୁଷ୍ଟିହିନତା ଦୂରକାରଣ ଯୋଜନାରେ ପୂର୍ବରୁ ଅଙ୍ଗନୱାଡି ମା’ମାନଙ୍କ ଦ୍ୱାରା ଗର୍ଭବତୀ ମହିଳା ଏବଂ ଛୋଟ ଛୋଟ ଶିଶୁମାନଙ୍କୁ ଭିଟାମିନ ବଟିକା ତଥା ପୃଷ୍ଟିକର ଖାଦ୍ୟ ବଣ୍ଟନ ହେଉଥିଲା । କିନ୍ତୁ ବର୍ତ୍ତମାନ ତା’ ସହିତ ଉଦ୍ୟାନ କୃଷି ବିଭାଗ ଦ୍ୱାରା ମା’ମାନଙ୍କୁ ବିଭିନ୍ନ ପ୍ରକାର ଚାରା ଯାହାକି ଭବିଷ୍ୟତରେ ପୁଷ୍ଟିକର ଫଳ ଯୋଗାଇଦେବ । ଅମୃତଭଣ୍ଡା, ସଜନା, କଦଳି, ଖମ୍ବଆଳୁ ·ରା, ଲେମ୍ବୁ ଚାରା ଏବଂ ତା ସହିତ ବାଇଗଣ, ଭେଣ୍ଡି, ଲଙ୍କା, ବିଲାତି ବାଇଗଣ, କଲତା, ପାଲଙ୍ଗ ପାଇଁ ବିହନ କିଟ ଯୋଗାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ଏହା ହେଉଛି ବହୁତ ପୁରୁଣା ବ୍ୟବସ୍ଥା । ବହୁ ପୂର୍ବରୁ ଘରେ ଗର୍ଭବତୀ ମହିଳାମାନଙ୍କୁ ତଥା ଶିଶୁମାନଙ୍କୁ ଏହି ଖାଦ୍ୟ ପ୍ରଦାନ କରାଯାଉଥିଲା । ଯାହାକି ବର୍ତ୍ତମାନ ସରକାର ବିଭିନ୍ନ ଢଙ୍ଗରେ ନିଜ ପୁଷ୍ଟିକର ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହା ନିହାତି ଭାବରେ ଏକ ସଠିକ୍‌ ଯୋଜନା କିନ୍ତୁ ଗ୍ରାଉଣ୍ଡ ଜିରୋରେ ଯୋଜନାର କାର୍ଯ୍ୟକାରିତାକୁ ନେଇ କେତେ ଦୂର ସଫଳ ହେବ ତାହା ମୋ ମନରେ ସନ୍ଦେହ ସୃଷ୍ଟି କରୁଛନ୍ତି । ଏହି ମର୍ମରେ ସେ ଆହୁରି ମଧ୍ୟ କହିଥିଲେ ଯେ, କିଟ୍‌ ବଣ୍ଟନ ସମୟରେ ଅଧିକାରୀମାନଙ୍କର ତଥ୍ୟ କହୁଛି ବଲାଙ୍ଗିର ବ୍ଲକ ହିତାଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ କିଟ୍‌ ଏବଂ ଚାରା ଲୋଇସିଂହା ବ୍ଲକର ଜାମୁଟାଆ ଗାଁର ମହିଳାଙ୍କୁ ପ୍ରଦାନ କରାଯାଉଛି । ଏହା ଅଧିକାରୀ ଏବଂ ସଂପୃକ୍ତ ହିତାଧିକାରୀ ଉଭୟେ ସ୍ୱିକାର କରିଛନ୍ତି । ଏଥିରୁ ଅନୁମାନ କରାଯାଇ ପାରେ ଯେ, ଏହି ଯୋଜନାର ରୂପାୟନ ଗ୍ରାଉଣ୍ଡ ଜିରୋରେ କିପରି ରହିଛି । ଆଲୋଚନା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ଉଦ୍ୟାନ ବିଭାଗର ଅଧିକାରୀ ତଥା ଯୋଜନା ଗୁଡିକୁ ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ । ଆଲୋଚନାରୁ ଜଣାଯାଇଥିଲା ଯେ, ଉଦ୍ୟାନ କୃଷି ମାଧ୍ୟମରେ ହେଉଥିବା ଅମଳକୁ ସୁରକ୍ଷିତ ସାଇତି ରଖିବା ପାଇଁ ସରକାରୀ ସ୍ତରରେ ଶିତଳ ଭଣ୍ଡାର କୋ÷÷ଣସି ବ୍ୟବସ୍ଥା ନାହିଁ । ଫଳରେ ଉଦ୍ୟାନ କୃଷିକୁ ପ୍ରତ୍ସାହନା ଦେବା ଘୋଷଣା ଏକ ଫମ୍ପା ଘୋଷଣା ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ଏବଂ ତା’ସହିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଜିଲ୍ଲାରେ କୃଷକମାନଙ୍କ ହିତ ପାଇଁ ସରକାରୀ ଶିତଳ ଭଣ୍ଡାରର ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯାଉ ଏବଂ ତାଙ୍କୁ ଏକ ନକଲ ପ୍ରଦାନ କରାଯିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ବଲାଙ୍ଗିର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡା. ଇପସିତା ପାତ୍ର, ଅତିରିକ୍ତ ଜିଲ୍ଲା ଉଦ୍ୟାନ କୃଷି ନିର୍ଦ୍ଦେଶକ ପ୍ରମୋଦ ସେଠି, ସ୍ଥାନୀୟ ସରପଞ୍ଚ ପଙ୍କଜିନି ସାହୁ, ସମିତି ସଭ୍ୟ ସଂଗିତା ପାଣିଗ୍ରାହୀ, ଉପ ଉଦ୍ୟାନ କୃଷି ଅଧିକାରୀ ସୁଶ୍ରୀ ସୁଚିସ୍ମିତା ମେହେର, ଗିତିକ୍ରିଷ୍ଣା ନାଏକ, ସମ୍ବିଧାନ ଭୁଏ, ପ୍ରଜିତା ପୁରୋହିତ, ସ୍ଥାନୀୟ ବୁଦ୍ଧିଜୀବୀ କପିଳେଶ୍ୱର ପାଣିଗ୍ରାହୀ, ସଂକିର୍ତ୍ତନ ମେହେର, ପ୍ରକାଶ ବରାଇ, ଗୋକୁଳ ବେହେରା, ଲିଙ୍ଗରାଜ ମେହେର, ବଳରାମ ମେହେର, ଦେବ ପ୍ରଧାନଙ୍କ ସମେତ ଆଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂ ସେବିକା ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.